ଆଜି ଓଡିଶାରୁ ୫୦୮୨ କରୋନା ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ୱର: ରାଜ୍ୟରୁ ହ୍ରାସ ପାଉଛି ସଂକ୍ରମଣ। ଆଜି ରାଜ୍ୟରୁ ଆଉ ୫ ହଜାର ୮୨ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ୱିଟ ଯୋଗେ ସୂଚନା ଦେଇଛି।

ଆଜି ସର୍ବାଧିକ ଖୋର୍ଦ୍ଧାରୁ ୭୫୪ ଜଣ ସୁସ୍ଥ ହୋଇଛନ୍ତି । ସେହିପରି କଟକରୁ ୪୭୫, ବାଲେଶ୍ଵରରୁ ୩୯୨, ମୟୂରଭଞ୍ଜରୁ ୨୮୭, ଯାଜପୁରରୁ ୨୬୭, ଅନୁଗୁଳରୁ ୨୫୧, ସୁନ୍ଦରଗଡରୁ ୨୪୮, ଭଦ୍ରକରୁ ୨୪୪, ପୁରୀରୁ ୨୩୪, ଜଗତସିଂହପୁରରୁ ୧୯୪, ରାୟଗଡାରୁ ୧୬୭, ଢେଙ୍କାନାଳରୁ ୧୫୧, ବୌଦ୍ଧରୁ ୧୪୭, ନୟାଗଡରୁ ୧୩୭ ଜଣ ସୁସ୍ଥ ହୋଇଛନ୍ତି।

ଏହାସହ କେନ୍ଦୁଝରରୁ ୧୩୩, ବରଗଡରୁ ୧୨୪, ସୋନପୁରରୁ ୧୦୯, କୋରାପୁଟରୁ ୯୬, ମାଲକାନାଗିରିରୁ ୯୨, କନ୍ଧମାଳରୁ ୬୨, ସମ୍ବଲପୁରରୁ ୬୧, ସମ୍ବଲପୁରରୁ ୬୧, କେନ୍ଦ୍ରାପଡାରୁ ୫୯, ନବରଙ୍ଗପୁରରୁ ୫୩, କଳାହାଣ୍ଡିରୁ ୪୮, ଗଜପତିରୁ ୪୬, ଗଞ୍ଜାମରୁ ୩୦, ବଲାଙ୍ଗୀରିରୁ ୨୯, ଦେବଗଡରୁ ୨୬, ଝାରସୁଗୁଡାରୁ ୨୪, ନୂଆପଡାରୁ ୧୮ ଏବଂ ଷ୍ଟେଟ ପୁଲରୁ ୧୨୪ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୮ ଲକ୍ଷ ୪୦ ହଜାର ୨୧୪ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୮ ଲକ୍ଷ ୭୭ ହଜାର ୫୦୨ କୁ ବୃଦ୍ଧି ହୋଇଥିବାବେଳେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୩୩ ହଜାର ୬୪୫ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୩୫୮୯ କୁ ବୃଦ୍ଧି ହୋଇଛି।

Leave A Reply

Your email address will not be published.

ବ୍ରେକିଂ
ଆର୍‍.କେ. ଶର୍ମାଙ୍କୁ ସ୍ୱାସ୍ଥ୍ୟ ବିଭାଗର ଏସିଏସ୍ ଦାୟିତ୍ୱ ଚତୁର୍ଥ ଥର ମଧ୍ୟ ଇଡି ସମନ୍‌ ଏଡ଼ାଇଲେ ବଲିଉଡ୍‌ ଅଭିନେତ୍ରୀ ଜାକ୍‌ଲିନ୍‌ ପୂର୍ବତନ ମନ୍ତ୍ରୀ ଅଞ୍ଜଳି ବେହେରା ବିଜେପିରେ ସାମିଲ୍ ଦେଶରେ ୨୪  ଘଣ୍ଟା ମଧ୍ୟରେ ୧୩,୫୯୬ କରୋନା ସଂକ୍ରମିତ ଚିହ୍ନଟ ପ୍ରଦୀପ ପାଣିଗ୍ରାହୀଙ୍କ ଘରେ ଭିଜିଲାନ୍ସ ଚଢାଉ ଘଟଣା : ୧୪୪୦ ଗ୍ରାମ୍ ସୁନା ଅଳଙ୍କାର ଜବତ ପୋଲିସ ହେପାଜତରୁ ସନ୍‌ସାଇନ୍ ପବ୍ଲିକ୍ ସ୍କୁଲ ସଭାପତି ଚମ୍ପଟ; ୩ କନେଷ୍ଟବଳ ନିଲମ୍ବିତ ରାଜ୍ୟରେ ୨୪ ଘଣ୍ଟାରେ ୩୪୦ କରୋନା ସଂକ୍ରମିତ ଚିହ୍ନଟ; ୫ ମୃତ ସୁରଟର ଏକ ପ୍ୟାକେଜିଂ କମ୍ପାନୀରେ ଅଗ୍ନିକାଣ୍ଡ; ୨ ମୃତ ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଘରେ ଭିଜିଲାନ୍ସର ୨୩ ଘଣ୍ଟା ମାରାଥନ୍ ରେଡ୍ ଜଗତପୁରର ଏକ ଧୂପକାଠି କାରଖାନାରେ ଭୟାବହ ଅଗ୍ନିକାଣ୍ଡ