ଭୁବନେଶ୍ୱରରୁ ୫୦୯ କରୋନା ଆକ୍ରାନ୍ତ ଚିହ୍ନଟ, ୯୨୬ ସୁସ୍ଥ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ କମିବାରେ ଲାଗିଛି କରୋନା ସଂକ୍ରମଣ ସଂଖ୍ୟା । ଆକ୍ରାନ୍ତଙ୍କ ଠାରୁ ସୁସ୍ଥଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି  ଗତ ୨୪ ଘଣ୍ଟା ମଧ୍ୟରେ ଭୁବନେଶ୍ୱରରେ ୫୦୯ ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ଏନେଇ ବିଏମସି ପକ୍ଷରୁ ସୂଚନା ମିଳିଛି

ସେଥିମଧ୍ୟରୁ କ୍ୱାରେଣ୍ଟାଇନରୁ ୯୦ ଜଣ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ସଂକ୍ରମିତ ରହିଛନ୍ତି ୪୧୯ ଜଣ ଏହାକୁ ମିଶାଇ ଭୁବନେଶ୍ୱରରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ପହଞ୍ଚିଛି ୮୪,୧୧୮ ତେବେ ବର୍ତ୍ତମାନ ସୁଦ୍ଧା ମୋଟ ୭୯,୦୪୯ ଜଣ ସୁସ୍ଥ ହୋଇସାରିଛନ୍ତି ୩୭୭ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ହଜାର ୬୭୧ ଆକ୍ଟିଭ୍ କେସ୍ ରହିଛି ସେହିଭଳି ୨୪ ଘଣ୍ଟା ମଧ୍ୟରେ ରାଜଧାନୀ ଭୁବନେଶ୍ୱରରୁ ୯୨୬ ଜଣ ସୁସ୍ଥ ହୋଇ ଫେରିଛନ୍ତି

Leave A Reply

Your email address will not be published.

ବ୍ରେକିଂ