ଆଜି ରାଜ୍ୟରୁ ୫୪ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହେଲେ

ଭୁବନେଶ୍ୱର: ସୁସ୍ଥ ହେଲେ କରୋନା ଆକ୍ରାନ୍ତ ।  ଆଜି ଓଡିଶାରୁ ଆଉ ୫୪ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ୱିଟ ଯେଗେ ସୂଚନା ଦେଇଛି।

ଆଜି ସର୍ବାଧିକ ସୁନ୍ଦରଗଡ ଜିଲ୍ଲାରୁ ୧୦ଜଣ ସୁସ୍ଥ ହୋଇଛନ୍ତି । ସେହିପରି ଅନୁଗୁଳରୁ ୮, ଖୋର୍ଦ୍ଧାରୁ ୭, ପୁରୀରୁ ୬, ବଲାଙ୍ଗୀରି, ଝାରସୁଗୁଡା, ମାଲକାନାଗିରି, ମୟୂରଭଞ୍ଜରୁ ୨ଜଣ ଲେଖାଏଁ ସୁସ୍ଥ ହୋଇଛନ୍ତି।

ଏହାସହ  ବରଗଡ, , ଭଦ୍ରକ, ଗଞ୍ଜାମ, କଳାହାଣ୍ଡି ଏବଂ ଷ୍ଟେଟ ପୁଲରୁ ଜଣେ  ଲେଖାଏଁ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୩ ଲକ୍ଷ ୩୪ ହଜାର ୧୦୮ରେ ପହଞ୍ଚିଛି ।

ତଥ୍ୟ ଅନୁଯାୟୀ, ରାଜ୍ୟରେ ଏଯାବତ୍‌, ୩,୩୬,୭୦୫ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ୩,୩୪,୧୬୬ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ସେହିପରି ରାଜ୍ୟରେ ବର୍ତ୍ତମାନ ୫୭୨ ଜଣ ସକ୍ରିୟ ଆକ୍ରାନ୍ତ ରହିଥିବାବାଳେ ୧୯୧୪ ଜଣ କରୋନା ଆକ୍ରାନତ ସୁସ୍ଥ ହୋଇଛନ୍ତି ।

Leave A Reply

Your email address will not be published.

ବ୍ରେକିଂ