ସୋମବାର ରାଶିଫଳ: ଜାଣନ୍ତୁ କିଭଳି କଟିବ ଆପଣଙ୍କ ଦିନ

ମେଷ: ବନ୍ଧୁ ବର୍ଗରୁ ସାମୟିକ ସହଯୋଗ ମିଳିବ । ତାହା ପର୍ଯ୍ୟାପ୍ତ ନ ହୋଇପାରେ । ମୁଖ ମଣ୍ଡଳରେ ଅସୁସ୍ଥତା ଓ କର୍ମ କ୍ଷେତ୍ରରେ ପରୋକ୍ଷରେ ଶତ୍ରୁ ବଢିବେ । ଦୂର ଯାତ୍ରାରେ ସଫଳତା ପ୍ରାପ୍ତି, ବୈଷୟିକ କ୍ଷେତ୍ରରେ ଉନ୍ନତି, ପରୋପକାରରେ ଆତ୍ମସନ୍ତୋଷ ।

ବୃଷ: ଘାତଚନ୍ଦ୍ର ଭୋଗ ହେବ ଦିନସାରା । କେତେକ ସୁଯୋଗ ମିଳିଲେ ମଧ୍ୟ ବ୍ୟବହାର କରିବା କଷ୍ଟକର ହେବ । ଦେହ ଓ ମନରେ କ୍ଲାନ୍ତି ଅବସନ୍ନତା ଲାଗି ରହିବ । ଯାତ୍ରା ସ୍ଥଗିତ ରଖିବା ଭଲ । ସାମାଜିକ ପ୍ରତିଷ୍ଠା ପାଇବେ । ସାମାନ୍ୟ ଅର୍ଥାଗମ ହୋଇପାରେ ।

ମିଥୁନ: ମାନସିକ ଅଶାନ୍ତି ଅସ୍ଥିରତା ମଧ୍ୟରେ ଦିନଟି ଅତିବାହିତ କରିବେ । ସମସ୍ତଙ୍କୁ ସମାନ ଭାବରେ ସନ୍ତୁଷ୍ଟ କରିବା ସମ୍ଭବ ହେବ ନାହିଁ । ଦୂରଯାତ୍ରା କ୍ଲାନ୍ତି ବଢାଇବ ।  ପରିବାରରେ ଉତ୍ତମ ବୁଝାମଣା, ଆଧ୍ୟାତ୍ମିକ କାର୍ଯ୍ୟରେ ଋଚି ଓ ଗୃହ ଉପକରଣ କ୍ରୟ କରିବେ ।

କର୍କଟ: ପାରିବାରିକ ପରିବେଶରେ ଶାନ୍ତି ସନ୍ତୋଷ ଲାଭ କରିବେ । ଆର୍ଥିକ ସ୍ଥିତିରେ ସ୍ୱଚ୍ଛଳତା ବଢିବ । ଲୋକ ସଂପର୍କ ବୃଦ୍ଧି, ସହଯୋଗ ଲାଭ, ମଙ୍ଗଳ କାର୍ଯ୍ୟରେ ଅଗ୍ରଗତି, ଯାତ୍ରାଶୁଭ, ଆଧ୍ୟାତ୍ମିକ ଅନୁପ୍ରେରଣା ଓ ରାଜନୈତିକ କ୍ଷେତ୍ରରେ ବିରୋଧ ଆସିପାରେ ।

ସିଂହ: ଭାତୃ ସଂପର୍କରେ ମାନ ମନାନ୍ତର ଆସିପାରେ । ସନ୍ତୋଷ ଜନକ କାରଣ ନଥାଇ କର୍ମ କ୍ଷେତ୍ରରେ ବିରୋଧଭାବ ଲାଗି ରହିବ । ଉଦ୍ୟମ ସଫଳ ହେବାରେ ବିଳମ୍ବ, ଉଦରପୀଡା, ମାନସିକ ଅସ୍ଥିରତା ଓ ନିର୍ମାଣାଧୀନ କାର୍ଯ୍ୟରେ ଅଗ୍ରଗତିର ସୂଚନା ।

କନ୍ୟା: କଲ୍ୟାଣଚନ୍ଦ୍ର ଭୋଗ ହେତୁ କର୍ତ୍ତବ୍ୟ ସଂପାଦନରେ ସଫଳ ହେବେ ମଙ୍ଗଳ କାର୍ଯ୍ୟ ତ୍ୱରାନ୍ୱିତ ହେବ । ସନ୍ତାନ ସନ୍ତତି ବର୍ଗରୁ ସୁଖ ସନ୍ତୋଷ ପାଇବେ । ସେବା ମନୋଭାବ, ସତ ଉପଦେଶ ପ୍ରାପ୍ତି, ଆର୍ଥିକ ଉନ୍ନତି ଓ ଯାତ୍ରା ଶୁଭର ସମ୍ଭାବନା ଅଛି ।

ତୁଳା: ଅଧିକ ବ୍ୟୟରେ କାର୍ଯ୍ୟ ସାଧନ କରିବେ । ପରିବାରରେ ମନାନ୍ତର ବଢିବାର ସମ୍ଭାବନା ଅଧିକ । ହିତେଷୀମାନଙ୍କର ସତ ପରାମର୍ଶ ପାଇବେ । ଧର୍ମୀୟ ଅନୁଷ୍ଠାନ ସହ ସଂପର୍କ ବଢିବ । ବାଣିଜ୍ୟ ବ୍ୟବସାୟରେ କ୍ଷତି ଓ ବସ୍ତ୍ରାଳଙ୍କାର ପ୍ରାପ୍ତିର ସମ୍ଭାବନା ଅଛି ।

ବିଛା: ଆମୋଦ ପ୍ରମୋଦ ମଧ୍ୟରେ ଦିନଟି ଅତିବାହିତ କରିବେ । ଅନ୍ୟକୁ ସମୟୋପଯୋଗୁଁ ସାହାଯ୍ୟ ଓ ପରାମର୍ଶ ପ୍ରଦାନ କରି ଆତ୍ମସନ୍ତୋଷ ପାଇବେ । କର୍ମ କ୍ଷେତ୍ରରେ ପରୋକ୍ଷରେ ଶତ୍ରୁ ବଢିବେ । ନିମ୍ନ ବର୍ଗରୁ ସହଯୋଗ ଓ ଧର୍ମ କର୍ମରେ ନିଷ୍ଠାବାନ ହେବେ ।

ଧନୁ: ବିଶେଷ ଆଖି ଦୃଶିଆ ନ ହେଲେ ବି ଦିନଟି ଶୁଭ କାରକ ହେବ । କର୍ତ୍ତବ୍ୟ ନିଷ୍ଠ, ମାନ, ସମ୍ମାନ, ସନ୍ତାନ ସନ୍ତତି ଦିଗରୁ ଆଶ୍ୱସ୍ଥି, ନିର୍ମାଣ କାର୍ଯ୍ୟରେ ଅଗ୍ରଗତି ଓ କର୍ମ କ୍ଷେତ୍ରରେ ସାମାନ୍ୟ ବିରୋଧକୁ ଦୂର କରି ପାରିବେ । ଉଚ୍ଚ ମନ୍ୟତାଭାବ ରହିବ ।

ମକର: ନୂତନ ଉଦ୍ୟୋଗରେ କ୍ଷୟକ୍ଷତିର ଆଶଙ୍କା ଅଛି । ବନ୍ଧୁ ସଂପର୍କୀୟ ମାନେ ଦୂରରେ ରହିବେ । ଲେଖା ପଢାରେ ଋଚିବୋଧ ବଢିବ । କର୍ମ କ୍ଷେତ୍ରରେ ଉଚ୍ଚ କର୍ତ୍ତୃପକ୍ଷ ସାହାଯ୍ୟ ସହଯୋଗ ପାଇବେ । ଜମିଜମା ସମସ୍ୟାର ଆପୋଷ ସମାଧାନ ସମ୍ଭବ ହେବ ।

କୁମ୍ଭ: ଚନ୍ଦ୍ରଙ୍କର ଅଷ୍ଟମ ସ୍ଥାନରେ ସ୍ଥିତି ପ୍ରତିକୂଳ ଫଳ ପ୍ରଦାୟକ ହୋଇପାରେ । ମାନସିକ ଅଶାନ୍ତି ବଢିବ । କର୍ମରେ ପ୍ରତିବନ୍ଧକ, ଉତ୍ସାହହାନୀ, ଶରୀର କ୍ଲେଶ ଓ କର୍ମ କ୍ଷେତ୍ରରେ ଅବୁଝାମଣା ଆସିବ । ରାଜନୀତି କ୍ଷେତ୍ରରେ ଉଚ୍ଚ ସମ୍ମାନ ପାଇବେ ।

ମୀନ: ମାନସିକ ଅଶାନ୍ତି ଅସ୍ଥିରତାରୁ ଅନେକାଂଶରେ ମୁକ୍ତ ରହିବେ । ଦେବାଦେବୀ କାର୍ଯ୍ୟରେ ଏକନିଷ୍ଠ ଭାବ ବଢିବ । ଘଟଣାର ଗୁରୁତ୍ୱ ବୁଝି ଉଚିତ ପଦକ୍ଷେପ ନେବା ଆବଶ୍ୟକ । ବସ୍ତ୍ରାଦି ଆଭୂଷଣ ପ୍ରାପ୍ତିର ସୁଯୋଗ ଅଛି । କର୍ମ କ୍ଷେତ୍ରରେ ମାନ ସମ୍ମାନ ମିଳିବ ।

Leave A Reply

Your email address will not be published.

ବ୍ରେକିଂ