ଆସାମ-ମିଜୋରାମ ମଧ୍ୟରେ ସୀମା ବିବାଦରୁ ହିଂସାକାଣ୍ଡ, ୬ ପୋଲିସ କର୍ମୀ ସହିଦ୍

ନୂଆଦିଲ୍ଲୀ:   ଆସାମ-ମିଜୋରାମ ମଧ୍ୟରେ ସୀମା ବିବାଦରୁ ହିଂସାକାଣ୍ଡ ଘଟିଛି ।  ଆନ୍ତଃରାଜ୍ୟ ସୀମା ଅନ୍ତର୍ଗତ ଛଛର ଜିଲ୍ଲାରେ ଉପଦ୍ରବୀଙ୍କ  ଗୁଳିମାଡ଼ରେ ଆସାମ ପୋଲିସର ୬ ଜଣ ସହିଦ୍ ହୋଇଛନ୍ତି ।  ଆସାମର କଛାର ଓ ମିଜୋରାମର କୋଲାସିବ ଜିଲ୍ଲା ସୀମାରେ ଏହି ହିଂସାକାଣ୍ଡ ଘଟିଛି ।

ଦୁଇ ରାଜ୍ୟ ମଧ୍ୟରେ ଜାରି ବିବାଦର ସମାଧାନ କରିବାକୁ ଗୃହ ମନ୍ତ୍ରୀ ଅମିତ୍ ଶାହା ଆସାମ ଓ ମିଜୋରାମ ମୁଖ୍ୟମନ୍ତ୍ରୀଙ୍କୁ କହିଛନ୍ତି। ଏହାର କିଛି ସମୟ ପରେ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ଵ ଶର୍ମା ଏହି ଟ୍ଵିଟ୍ କରିଛନ୍ତି। ଆସାମ ଓ ମିଜୋରାମ ସରକାର ବିବାଦର ସମାଧାନ ସହ ଶାନ୍ତି ସ୍ଥାପନ ପାଇଁ ସହମତି ହୋଇଥିବା ସୂତ୍ରରୁ ପ୍ରକାଶ ପାଇଛି।

ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ,  ଲାଠି, ରଡ୍ ଓ ରାଇଫଲ୍ ଧରି ଆସିଥିବା ଶତାଧିକ ଉପଦ୍ରବୀ ଲୈଲାପୁରରେ ଆସାମ ପୋଲିସର କର୍ମଚାରୀଙ୍କ ଉପରେ ଆକ୍ରମଣ କରିଥିଲେ। ଉପାୟୁକ୍ତ କାର୍ଯ୍ୟାଳୟର ଗାଡି ସହିତ ଅନେକ ବାହାନ ଭଙ୍ଗାରୁଜା କରିଥିଲେ। ଏହି ସମୟରେ ଉପଦ୍ରବୀ ଆସାମ ପୋଲିସ ଉପରକୁ ଗୁଳି ମାଡ କରିଥିବା କୁହାଯାଉଛି। ହେଲେ ଏହାର ଆନୁଷ୍ଠାନିକ ସୂଚନା ଦିଆଯାଇ ନାହିଁ। ମାତ୍ର ଏବେ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ଵ ଶର୍ମା ଆସାମର ଛଅ ଜଣ ପୋଲିସ କର୍ମଚାରୀଙ୍କ ମୃତ୍ୟୁ ଘଟିଥିବା କହିଛନ୍ତି।

Leave A Reply

Your email address will not be published.

ବ୍ରେକିଂ