ଶୀତ ପାଇଁ ୬ ଜିଲ୍ଲାକୁ ୱାର୍ଣ୍ଣିଂ

ଭୁବନେଶ୍ୱର: ୬ ଜିଲ୍ଲାକୁ ୱାର୍ଣ୍ଣିଂ ଶୀତ ସତର୍କତା  । ୭ ତାରିଖ ପାଇଁ ୬ ଜିଲ୍ଲାକୁ ପ୍ରବଳ ଶୀତ ନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ୟେଲୋ ୱାର୍ଣ୍ଣିଂ ଜାରି କରିଛି ।

ସେହି ଜିଲ୍ଲାଗୁଡିକ ହେଉଛି ସୁନ୍ଦରଗଡ, ଝାରସୁଗୁଡା, ଦେବଗଡ, କେନ୍ଦୁଝର, କନ୍ଧମାଳ ଓ କଳାହାଣ୍ଡି । ଏହାସହ ଗୋଟିଏ କିମ୍ବା ୨ଟି ସ୍ଥାନରେ ଅତିପ୍ରବଳ ଥଣ୍ଡା ଅନୁଭୂତ ହେବା ନେଇ ସୂଚନା ମିଳିଛି ।

ତେବେ, କାଲି ସକାଳ ୮ଟା ୩୦ ପର୍ଯ୍ୟନ୍ତ କିଛି ଜିଲ୍ଲାରେ କୁହୁଡି ହେବା ସମ୍ଭାବନା ରହିଛି । ୬ରୁ ୭ ତାରିଖ ମଧ୍ୟରେ ମୟୂରଭଞ୍ଜ, କେନ୍ଦୁଝରରେ ସାମାନ୍ୟ ବର୍ଷା ଆଶଙ୍କା ରହିଥିବା ନେଇ ପାଣିପାଗ କେନ୍ଦ୍ର ସୂଚନା ଦେଇଛି

Leave A Reply

Your email address will not be published.

ବ୍ରେକିଂ