ଚୋରି ଘଟଣାରେ ୬ ଗିରଫ, ସୁନା ଓ ମଟର ସାଇକେଲ ଜବତ

ମାଲକାନଗିରି : ମାଲକାନଗିରି ଜିଲ୍ଲା ଅନ୍ତର୍ଗତ ପଡିଆ ଥାନା ଅଞ୍ଚଳରେ ଗତ ୧୦ ତାରିଖରେ ହୋଇଥିବା ଚୋରି ଘଟଣାରେ ପୋଲିସକୁ ସଫଳତା ମିଳିଛି। ଘଟଣାରେ ସମ୍ପୃକ୍ତ  ୮ ଜଣ ଅଭିଯୁକ୍ତଙ୍କ ମଧ୍ୟରୁ ୬ ଜଣଙ୍କୁ ଗିରଫ କରିଛି ପୋଲିସ । ଏଥିସହ ଚୋରି ହୋଇଥିବା ସୁନା, ୧୭୦୦ ଟଙ୍କା ଏବଂ ମୋଟର ସାଇକେଲ ଜବତ କରାଯାଇଥିବା ମାଲକାନଗିରି ଏସଡିପିଓ ଜି ଅଭିଳାଷ ପ୍ରକାଶ କରିଛନ୍ତି।

ସୂଚନା ଅନୁଯାୟୀ, ଗତ ୧୦ ତାରିଖ ରାତିରେ ପଡିଆ ଥାନା ଅନ୍ତର୍ଗତ ଗୁଟଗୁଡା ଗ୍ରାମର ନନ୍ଦରାମ ନୁପାଙ୍କ ଘରେ ପଶି କିଛି ଦୁର୍ବୃତ୍ତ ରାତି ପ୍ରାୟ ୧୨ଟା ସମୟରେ ୩ ଲକ୍ଷ ଟଙ୍କାର ସୁନା, ନଗଦ ଦେଢ଼ ଲକ୍ଷ ଟଙ୍କା ଲୁଟି ନେଇଯାଇଥିଲେ। ଏଥିସହ ଗ୍ରାମର ଦୁଇଟି ମଟର ସାଇକେଲ ଚୋରି କରି ନେଇଯାଇଥିଲେ। ଏନେଇ ପଡିଆ ଥାନାରେ ମାମଲା ରୁଜୁ କରାଯାଇଥିଲା।

 

Leave A Reply

Your email address will not be published.

ବ୍ରେକିଂ