ହୀରାକୁଦ ଡ୍ୟାମ୍‌ର ଆଉ ୬ ଗେଟ୍ ଖୋଲିଲା

ଭୁବନେଶ୍ୱର:  ହୀରାକୁଦ ଡ୍ୟାମ୍‌ର ଆଉ ୬ ଗେଟ୍ ଖୋଲାଯାଇଛି ।  ଉପରମୁଣ୍ଡରେ ବର୍ଷା ଯୋଗୁ ଆଉ ୬ ଗେଟ୍ ଖୋଲିବାକୁ ନିଷ୍ପତ୍ତି ନିଆଯାଇଛି ।  ଏନେଇ ସୂଚନା ଦେଇଛନ୍ତି ହୀରାକୁଦ ଡ୍ୟାମ୍ ମୁଖ୍ୟ ଯନ୍ତ୍ରୀ ।

ଗତକାଲି ଜଳପତ୍ତନ ବୃଦ୍ଧି ପାଇବା ଯୋଗୁଁ ୬ଟି ଗେଟ ଖୋଲାଯାଇଥିଲା । ବର୍ତ୍ତମାନ ସୁଦ୍ଧା ହୀରାକୁଦ ଡ୍ୟାମର ମୋଟ ୧୨ଟି ଗେଟ ଦେଇ ଜଳ ନିଷ୍କାସନ କରାଯାଉଛି । ଗତ ୧୧ ତାରିଖରୁ ଲାଗି ରହିଥିବା ଲଗାଣ ବର୍ଷା ଯୋଗୁଁ ଫୁଲୁଛି ବିଭିନ୍ନ ନଦୀର ଜଳସ୍ତର । ରାଜ୍ୟରେ ୭ଟି ନଦୀର ଜଳସ୍ତର ଏବେ ବଢିବାରେ ଲାଗିଛି । 

Leave A Reply

Your email address will not be published.

ବ୍ରେକିଂ