ଗୋଟିଏ ଦିନ ପାଇଁ ରାଜ୍ୟସଭାରୁ ୬ ଟିଏମ୍‌ସି ସାଂସଦ ନିଲମ୍ବିତ

ନୂଆଦିଲ୍ଲୀ: ରାଜ୍ୟସଭାରୁ ୬ ଟିଏମ୍‌ସି ସାଂସଦ ନିଲମ୍ବିତ । ପେଗାସସ୍ ସ୍ପାଏୱେରକୁ ନେଇ ରାଜ୍ୟସଭାରେ ହୋହାଲ୍ଲା କରିବା ଓ ପ୍ଲାକାର୍ଡ ଦେଖାଇବା ପରେ ସାଂସଦମାନଙ୍କୁ ଗୋଟିଏ ଦିନ ପାଇଁ ରାଜ୍ୟସଭା ବାଚସ୍ପତି ନିଲମ୍ବିତ କରିଛନ୍ତି  ।

ନିଲମ୍ବିତ ସାଂସଦମାନେ ହେଲେ ଡୋଲା ସେନ୍, ଏମ୍‌ଡି ନଇମୁଦ୍ଦିନ ହକ୍‌, ଅବୀର ରାଞ୍ଜନ ବିଶ୍ୱାସ, ଶାନ୍ତା ଛେତ୍ରୀ, ଅର୍ପିତା ଘୋଷ ଓ ମୌସମ ନୁର। ଏହି ସାଂସଦମାନେ ଗୃହ ମଝିକୁ ଆସି ହୋହାଲ୍ଲା କରିବା ସହିତ ବାଚସ୍ପତିଙ୍କୁ ଅବମାନନା କରିଥିବା ତାଙ୍କ ବିରୋଧରେ ଜାରି ହୋଇଥିବା ନୋଟିସ୍‌ରେ କୁହାଯାଇଛି ।

ନୋଟିସ୍‌ରେ ଆହୁରି ମଧ୍ୟ କହିଥିଲେ ଯେ ଗୃହରେ ଅତ୍ୟଧିକ ବିଶୃଙ୍ଖଳିତ ହେବାରୁ ନିୟମ ଅନୁସାରେ ତାଙ୍କୁ ନିଲମ୍ବିତ କରାଯାଇଛି ।  ତେଣୁ ଗୃହର ଅବଶିଷ୍ଠ ଆଲୋଚନାରେ ଏହି ସାଂସଦମାନେ ନିଜ ତରଫରୁ ଯୋଗ ଦେବେ ନାହିଁ ।

ସୂଚନା ଥାଉକି ପେଗାସସ୍‌କୁ ନେଇ ବିରୋଧୀମାନେ ବାରମ୍ବାର ଉଭୟ ଗୃହରେ ପ୍ରସଙ୍ଗ ଉଠାଇ ହୋହଲ୍ଲା କରୁଛନ୍ତି । କିନ୍ତୁ ସରକାର ଏ ସମ୍ପର୍କିତ କୌଣସି ଆଲୋଚନା ଶୁଣିବାକୁ ରାଜି ହେଉନାହାଁନ୍ତି । ଏହି ଆଲୋଚନାର ସମାଧାନ ଶୀଘ୍ର କରାଯାଉ ବୋଲି ଟିଏମସି ମୂଳରୁ ବିରୋଧୀ କରୁଆସୁଛି । ଯାହାଫଳରେ ବିରୋଧୀମାନେ ଗୃହରେ ହଙ୍ଗମା କରିବାକୁ ବି ପଛଉନାହାନ୍ତି ।

ସୂଚନାଯୋଗ୍ୟ ପେଗାସସ୍ ମାମଲାର ଯାଞ୍ଚ ପାଇଁ ପଶ୍ଚିମବଙ୍ଗରେ ଦୁଇ ଜଣିଆ କମିଟି ଗଠନ କରାଯାଇଛି। ରାଜ୍ୟରେ କେଉଁମାନଙ୍କ ମୋବାଇଲ୍‌ ଟ୍ୟାପ୍ ହୋଇଛି କାହା ମୋବାଇଲ୍ ଯାସୁସି କରାଯାଉଛି ସେ ନେଇ କମିଟି ତଦନ୍ତ କରି ରିପୋର୍ଟ ଦେବ ବୋଲି କୁହାଯାଇଛି ।

Leave A Reply

Your email address will not be published.

ବ୍ରେକିଂ