ଆଜି ଓଡିଶାରୁ ୬୭କରୋନା ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ୱର: ଓଡିଶାରେ ଧିରେ ଧରେ ଆୟତକୁ ଆସୁଛି କରୋନା ମହାମାରୀ। ଆଜି ୬୭ କରୋନା ପଜିଟିଭ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଆଜିର ସୁସ୍ଥକୁ ମିଶାଇ ଓଡିଶାରୁ ୩ଲକ୍ଷ ୩୪ ହଜାର ୪୦୦ ଜଣ ସୁସ୍ଥ ହୋଇଛନ୍ତି । ଏନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ୱିଟ କରି ସୂଚନା ଦେଇଛି।

</>

ପୁରୀରୁ ସର୍ବାଧିକ ୧୩ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସେହିପରି ସମ୍ବଲପୁର, ସୁନ୍ଦରଗଡରୁ ୯ ଜଣ ଲେଖାଏଁ, ଅନୁଗୁଳରୁ ୫ଜଣ, ବାଲେଶ୍ୱର , ଝାରସୁଗୁଡାରୁ ୪ଜଣ ଲେଖାଏଁ, ଯାଜପୁର, ମୟୂରଭଞ୍ଜ, ନୂଆପଡାରୁ ୩ଜଣ ଲେଖାଏଁ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

ଏହାସହ କଟକ, ଜଗତସିଂହପୁର, କେନ୍ଦୁଝର, ଖୋର୍ଦ୍ଧା , ସୋନପୁରରୁ ୨ଜଣ ଲେଖାଏଁ ଏବଂ ବରଗଡ, କଳାହାଣ୍ଡି, ରାୟଗଡା ଓ ଷ୍ଟେଟ୍ ପୁଲ୍ ରୁ ଜଣେ ଲେଖାଏଁ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

Leave A Reply

Your email address will not be published.

ବ୍ରେକିଂ