ଜୁଆ ଆଡ୍ଡା ଉପରେ ଚଢ଼ାଉ, ୭ ଗିରଫ

ଦେବଗଡ଼:  ଦେବଗଡ଼ ପୌରାଞ୍ଚଳ ଅନ୍ତର୍ଗତ ପଲଟନଗୁଡ଼ାଠାରେ ଚାଲିଥିବା ଜୁଆ ଆଡ୍ଡା ଉପରେ ପୁଲିସର ଚଢ଼ାଉ । ଘଟଣାରେ ୭ ଜଣଙ୍କୁ ଗିରଫ କରିଛି । ଏଥିସହ  ଅଭିଯୁକ୍ତଙ୍କ ଠାରୁ ୪ଟି ବାଇକ ଓ ଏକ ଅଟୋ ମଧ୍ୟ ଜବତ କରାଯାଇଥିବା ଜଣାପଡ଼ିଛି ।

ମିଳିଥିବା ସୂଚନା ଅନୁଯାୟୀ,  ପଲଟନଗୁଡ଼ାଠାରେ ବେଆଇନ କୁକୁଡ଼ା ଲଢ଼େଇ ସହ ଜୁଆ ଖେଳ ହେଉଥିବା ସୂଚନା ପାଇ ଏସଡ଼ିପିଓ ପ୍ରତ୍ୟୁଷ କୁମାର ମହାପାତ୍ରଙ୍କ ନେତୃତ୍ୱରେ ଜିଲ୍ଲା ପୁଲିସର ସ୍ପେଶାଲ ସ୍କ୍ୱାର୍ଡ ସେଠାରେ ଆତର୍କିତ ଭାବେ ଚଢ଼ଉ କରିଥିଲେ। ଏହି ସମୟରେ ପୁଲିସକୁ ଦେଖି ଜୁଆଡ଼ିମାନେ ଖସି ଯିବାକୁ ଉଦ୍ୟମ କରୁଥିବାବେଳେ ପୁଲିସ ସେମାନଙ୍କୁ କାବୁ କରିନେଇ ଥିଲା। ଅଭିଯୁକ୍ତଙ୍କ ନାମରେ ବିଭିନ୍ନ ଦଫାରେ ଏକ ମାମଲା ରୁଜୁ କରାଯାଇ  କୋର୍ଟ ଚାଲାଣ କରାଯାଇଛି।

Leave A Reply

Your email address will not be published.

ବ୍ରେକିଂ