ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି : ୪୦ ଡିଗ୍ରୀ ଉପରେ ୭ ସହରରେ ତାପମାତ୍ରା

ଭୁବନେଶ୍ୱର : ଅସହ୍ୟ ଗରମ ସାଙ୍ଗକୁ ଗୁଳୁଗୁଳିରେ ଅସବ୍ୟସ୍ତ ସାରା ରାଜ୍ୟ।  ଆଜି ଓଡିଶାର ୭ ସହରରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଛି । ୪୧.୨ ଡିଗ୍ରୀ ତାପମାତ୍ରା ସହ ଟିଟିଲାଗଡ଼ରେ ସବୁଠୁ ଉତ୍ତପ୍ତ ସହର ପାଲଟିଛି । ଏନେଇ ସୂଚନା ଦେଇଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ ।

ଭବାନୀପାଟଣାରେ ତାପମାତ୍ରା ୪୧ ଡିଗ୍ରୀ ଥିବା ବେଳେ, ବଲାଙ୍ଗିରରେ ୪୦.୪, ମାଲକାନଗିରିରେ ୪୦.୫, ସୋନପୁରରେ ୪୧, ସମ୍ବଲପୁରରେ ୪୦.୪୮ ଓ ବୌଦ୍ଧରେ ୪୦ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି।

ସେହିପରି ବାଲେଶ୍ୱରରେ ତାପମାତ୍ରା ୩୫.୨ ଡିଗ୍ରୀ ଥିବା ବେଳେ, ଚାନ୍ଦବାଲିରେ ୩୬.୪, କଟକରେ ୩୬.୫, ପାରାଦୀପରେ ୩୨.୬, ଭୁବନେଶ୍ୱରରେ ୩୭.୧, ଗୋପାଳପୁରରେ ୩୩.୩, ପୁରୀରେ ୩୪, ଅନୁଗୁଳରେ ୩୮.୭, ବାରିପଦାରେ ୩୫, ଝାରସୁଗୁଡ଼ାରେ ୩୯.୪, କେନ୍ଦୁଝରରେ ୩୫.୮, ସୁନ୍ଦରଗଡ଼ରେ ୩୬, ହୀରାକୁଦରେ ୩୯.୪, ତାଳଚେରରେ ୩୯.୫ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି ।

ସେହିପରି କୋରାପୁଟରେ ୩୬, ଫୁଲବାଣୀରେ ୩୮.୫, ଦାରିଙ୍ଗବାଡିରେ ୩୪, ନୟାଗଡ଼ରେ ୩୮.୨, ଛତ୍ରପୁରରେ ୩୩.୮, ପାରଳାଖେମୁଣ୍ଡିରେ ୩୬.୫ ଓ ରାୟଗଡ଼ାରେ ୩୯.୫ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି।

ସୂଚନାନୁସାରେ , ଗତ କିଛି ଦିନ ହେଲା ଅସହ୍ୟ ଗରମ ଓ ଗୁଳୁଗୁଳିରେ ଆଉଟୁପାଉଟୁ ହେଉଛି ସାରା ରାଜ୍ୟ । ପ୍ରବଳ ଗରମ ସାଙ୍ଗକୁ ଗୁଳୁଗୁଳିରେ ଅସ୍ତବ୍ୟସ୍ତ ହେଳାଣି ଜନଜୀବନ ।

Leave A Reply

Your email address will not be published.

ବ୍ରେକିଂ