ପ୍ରବାସୀଙ୍କ ଲାଗି କଟକଣା: ଓଡିଶା ଆସିଲେ ୭ ଦିନ ହୋମ୍ ଆଇସୋଲେସନ୍ ବାଧ୍ୟତାମୂଳକ

ଭୁବନେଶ୍ୱର: ପୁଣି ଫେରିଲା ଆଇସୋଲେସନ୍ ପ୍ରକ୍ରିୟା ।  ୧୧ଟି ରାଜ୍ୟ ସମେତ କେନ୍ଦ୍ରଶାସିତ ଅଞ୍ଚଳ ଚଣ୍ଡିଗଡ଼ରୁ ଆସୁଥିବା ପ୍ରବାସୀଙ୍କୁ ବାହାରେ ବୁଲିବା ମନା ।ବଢୁଥିବା ସଂକ୍ରମଣ ସ୍ଥିତିକୁ ଦେଖି ରାଜ୍ୟ ସରକାର ପ୍ରବାସୀଙ୍କ ଲାଗି ଏଭଳି କଟକଣା ଲାଗୁ କରିଛନ୍ତି ।

ସରକାର ପ୍ରବାସୀଙ୍କ ଲାଗି ୭ ଦିନ ହୋମ୍ ଆଇସୋଲେସନ୍ ବାଧ୍ୟତାମୂଳକ କରିଛନ୍ତି । ଏନେଇ ସ୍ୱାସ୍ଥ୍ୟ ସଚିବ ପ୍ରଦୀପ୍ତ ମହାପାତ୍ର ସବୁ ଜିଲ୍ଲାପାଳ, ମ୍ୟୁନିସିପାଲ କମିଶନର ଓ ଏୟାରପୋର୍ଟ କର୍ତ୍ତୃପକ୍ଷଙ୍କୁ ଚିଠି ଲେଖିଛନ୍ତି ।

ନିର୍ଦ୍ଦେଶନାମା ଅନୁଯାୟୀ, ମହାରାଷ୍ଟ୍ର, କେରଳ, ତାମିଲନାଡୁ, ଛତିଶଗଡ, ମଧ୍ୟପ୍ରଦେଶ, ତେଲେଙ୍ଗାନା, ପଶ୍ଚିମବଙ୍ଗ, ପଞ୍ଜାବ, କର୍ଣ୍ଣାଟକ, ଦିଲ୍ଲୀ, ଆନ୍ଧ୍ରପଦେଶ ଓ ଚଣ୍ଡିଗଡ ଫେରନ୍ତାଙ୍କ ଲାଗି କଟକଣା ଲାଗିୁ ହୋଇଛି । ଏସବୁ ରାଜ୍ୟରୁ ପ୍ରବାସୀମାନେ ରାଜ୍ୟରେ ପହଞ୍ଚିବା ପରେ ରେଳ ଷ୍ଟେସନ୍ ଓ ଏୟାରପୋର୍ଟରେ ସ୍କିନିଂ କରାଯିବା ନେଇ ନିଷ୍ପତ୍ତି ହୋଇଛି ।

Leave A Reply

Your email address will not be published.

ବ୍ରେକିଂ