କୋରାପୁଟରେ ପିକଅପ୍ ଭ୍ୟାନ ଓଲଟି ୭ ମୃତ, ୯ ଗୁରୁତର

ଜୟପୁର: କୋରାପୁଟରେ ଭ୍ୟାନ ଓଲଟିଲା ପିକଅପ୍ ଭ୍ୟାନ । ଦଶାହ କର୍ମ ସାରି ଫେରିବା ବାଟରେ ଦୁର୍ଘଟଣା । ଏଭଳି ଦୁର୍ଘଟଣା ଘଟିଛି କୋରାପୁଟ ଜିଲ୍ଲା କୋଟପାଡ଼ ଥାନା ମୂର୍ତ୍ତାହାଣ୍ଡିରେ । ଏହି ଦୁର୍ଘଟଣାରେ ଏଥିରେ ୭ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୯ ଜଣ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି।

ମିଳିଥିବା ସୂଚନା ଅନୁଯାୟୀ, ଗୋଟିଏ ଗାଁର  ୨୦ରୁ ୨୨ ଜଣ ଲୋକ ଦଶାହ କର୍ମରେ ଯୋଗ ଦେଇ ଘରକୁ ଫେରୁଥିଲେ। ଛତିଶଗଡ଼ର କୁଲତା ଗାଁକୁ ଫେରିବା ବେଳେ ୩୨୬ ନମ୍ବର ଜାତୀୟ ରାଜପଥରେ ଦୁର୍ଘଟଣା ହୋଇଥିଲା।

ତେବେ, ଘଟଣାସ୍ଥଳକୁ ଜୟପୁର ଉପଜିଲ୍ଲାପାଳ, ଏସ୍‌ଡିପିଓ ପହଞ୍ଚିଛନ୍ତି । ବର୍ତ୍ତମାନ ସ୍ଥାନୀୟ ଲୋକେ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ଆହତଙ୍କୁ ଉଦ୍ଧାର କରାଯାଇ ସଦର ମହକୁମା ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତେବେ, ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ଗାଡ଼ିଟି ଆବଶ୍ୟକତା ଠାରୁ ଢେର ଅଧିକ ବେଗରେ ଯାଉଥିବାରୁ ଭାରସାମ୍ୟ ହରାଇ ଓଲଟିପଡ଼ିଥିଲା।

Leave A Reply

Your email address will not be published.

ବ୍ରେକିଂ