ଅଫଲାଇନ ମାଟ୍ରିକ ପରୀକ୍ଷା ୭୦% ସିଲାବସରେ ହେବ: ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ଵର:  ମାଟ୍ରିକ ଅଫଲାଇନ ପରୀକ୍ଷା ନେଇ ଗଣଶିକ୍ଷା ମନ୍ତ୍ରୀ ମନ୍ତ୍ରୀ ସମୀର ଦାଶ ସୂଚନା ଦେଇଛନ୍ତି । ଯେଉଁମାନେ ମାର୍କିଂରେ ଅସନ୍ତୁଷ୍ଟ, ସେମାନେ ଅଫଲାଇନ ପରୀକ୍ଷା ଦେଇପାରିବେ। ଅଫଲାଇନ ପରୀକ୍ଷା ପାଇଁ ଜୁଲାଇ ୫ରୁ ୧୪ ମଧ୍ୟରେ ଫର୍ମ ଫିଲ୍ଅପ୍ ହେବ। ଜୁଲାଇ ୩୦ରୁ ଅଗଷ୍ଟ ୫ ମଧ୍ୟରେ ପରୀକ୍ଷା ପାଇଁ ପ୍ରସ୍ତୁତି ଚାଲିଥବା ସେ କହିଛନ୍ତି ।

ତେବେ ୩୦% ସିଲାବସ୍ ହ୍ରାସ ହୋଇଥିବାରୁ ୭୦ % ସିଲାବସକୁ ନେଇ ମାଟ୍ରିକ ପରୀକ୍ଷା ହେବ । କୋଭିଡ ଗାଇଡଲାଇନ ଅନୁଯାୟୀ ପରୀକ୍ଷା କରାଯିବ । ପରୀକ୍ଷା ପ୍ରଶ୍ନପତ୍ର କିଭଳି କରାଯିବା ସେନେଇ ବୋର୍ଡ ନିଷ୍ପତି ନେବ ବୋଲି କହିଛନ୍ତି ମନ୍ତ୍ରୀ ସମୀର ରଞ୍ଜନ ଦାଶ । ଏଥିସହିତ ପରୀକ୍ଷାର ୧୫ ଦିନ ମଧ୍ୟରେ ରେଜଲ୍ଟ ପାଇଁ ଚେଷ୍ଟା କରାଯିବ। ଫରୀକ୍ଷା ଫଳ ବାହାରିବା ପରେ ଯୁକ୍ତ ଦୁଇରେ ନାମଲେଖା କ୍ଷେତ୍ରରେ ମଧ୍ୟ ଏହି ନମ୍ବରକୁ ବିଚାରକୁ ନିଆଯିବ ବୋଲି ମନ୍ତ୍ରୀ କହିଛନ୍ତି ।

Leave A Reply

Your email address will not be published.

ବ୍ରେକିଂ