ଆଜି ଓଡିଶାରୁ ୭୦୬ କରୋନା ଆକ୍ରାନ୍ତ ସୁସ୍ଥ

 ଭୁବନେଶ୍ୱର: ଆଜି ରାଜ୍ୟରୁ ଆଉ ୭୦୬ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ୱିଟ ଯୋଗେ ସୂଚନା ଦେଇଛି।

ଆଜି ସର୍ବାଧିକ ଖୋର୍ଦ୍ଧାରୁ ୨୫୩, କଟକରୁ ୧୧୧, ବାଲେଶ୍ଵରରୁ ୪୨, ପୁରୀରୁ ୩୨, ଜଗତସିଂହପୁରରୁ ୨୭, ଯାଜପୁରରୁ ୨୭, ସୁନ୍ଦରଗଡରୁ ୨୬, ମୟୂରଭଞ୍ଜରୁ ୨୦, ଅନୁଗୁଳରୁ ୧୭ଜଣ ସୁସ୍ଥ ହୋଇଛନ୍ତି।

ସେହିପରି ଢେଙ୍କାନାଳରୁ ୧୪, କେନ୍ଦୁଝରରୁ ୧୧, ଦେବଗଡରୁ ୧୦, ସମ୍ବଲପୁରରୁ ୧୦, କେନ୍ଦ୍ରାପଡାରୁ ୯, ଭଦ୍ରକରୁ ୬, ଗଞ୍ଜାମରୁ ୬, ନୟାଗଡରୁ ୬, ରାୟଗଡାରୁ ୬, ଝାରସୁଗୁଡାରୁ ୫, କୋରାପୁଟରୁ ୫, କନ୍ଧମାଳରୁ ୨, ବରଗଡରୁ ୧, ସୋନପୁରରୁ ୧ ଏବଂ ଷ୍ଟେଟ ପୁଲରୁ ୫୯ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୧୦ ଲକ୍ଷ ୧ ହଜାର ୨୫୪ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

Leave A Reply

Your email address will not be published.

ବ୍ରେକିଂ