ଆଜି ଓଡିଶାରୁ ୭୪୬ କରୋନା ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ୱର: ଆଜି ରାଜ୍ୟରୁ ଆଉ ୭୪୬ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ଟ୍ୱିଟ ଯୋଗେ ସୂଚନା ଦେଇଛି।

ଆଜି ସର୍ବାଧିକ ଖୋର୍ଦ୍ଧାରୁ ୨୯୬, କଟକରୁ ୧୧୨, ବାଲେଶ୍ଵରରୁ ୪୧, ଯାଜପୁରରୁ ୨୬, କେନ୍ଦ୍ରାପଡାରୁ ୨୪, ସୁନ୍ଦରଗଡରୁ ୨୪, ମୟୂରଭଞ୍ଜରୁ ୨୦, ନୟାଗଡରୁ ୧୯, ଜଗତସିଂହପୁରରୁ ୧୭, ଭଦ୍ରକରୁ ୧୫, ପୁରୀରୁ ୧୫, ବରଗଡରୁ ୧୧, ସମ୍ବଲପୁରରୁ ୧୦, ଢେଙ୍କାନାଳରୁ ୬, ରାୟଗଡାରୁ ୬ ଜଣ ସୁସ୍ଥ ହୋଇଛନ୍ତି।

ସେହିପରି  ଅନୁଗୁଳରୁ ୫, କେନ୍ଦୁଝରରୁ ୫, ଝାରସୁଗୁଡାରୁ ୪, କନ୍ଧମାଳରୁ ୪, ବଲାଙ୍ଗୀରିରୁ ୩, ଗଞ୍ଜାମରୁ ୩, କୋରାପୁଟରୁ ୨, ମାଲକାନଗିରିରୁ ୨, ନୂଆପଡାରୁ ୨, ନୂଆପଡାରୁ ୨, ଦେବଗଡରୁ ୧, ସୋନପୁରରୁ ୧ ଏବଂ ଷ୍ଟେଟ ପୁଲରୁ ୭୨ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୧୦ ଲକ୍ଷ ୭ ହଜାର ୬୬ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

Leave A Reply

Your email address will not be published.

ବ୍ରେକିଂ