ଭ୍ୟାକ୍ସିନେସନ ପରେ ପ୍ରାୟ ୭୫ ଭାଗ ଲୋକଙ୍କୁ ମେଡ଼ିକାଲ ଯିବାକୁ ପଡୁନି: ଆଇଏଲଏସ୍ ନିର୍ଦ୍ଦେଶକ

ଭୁବନେଶ୍ୱର : ଭ୍ୟାକ୍ସିନ ନେବା ପରେ କାହିଁକି ଲୋକମାନେ ସଂକ୍ରମିତ ହେଉଛନ୍ତି ? ଏନେଇ ଆଇଏଲଏସ୍ ନିର୍ଦ୍ଦେଶକ ଅଜୟ ପରିଡ଼ା କହିଛନ୍ତି ଯେ, ଏହା ଉପରେ ଆନାଲିସିସ୍ କରିବା ପାଇଁ ଟେକନିକାଲ କମିଟି ଗଠନ କରାଯାଇଛି । ଆଜି ଏହି କମିଟିର ପ୍ରଥମ ବୈଠକ ବସିବାକୁ ଯାଉଛି ।

ଓଡିଶାରେ ଟିକା ନେବା ପରେ କେତେ ଲୋକଙ୍କର ଡେଥ୍ ହୋଇଛି ତାହାର ତର୍ଜମା ଚାଲିଛି । ଦରକାର ପଡିଲେ ଅନ୍ୟ ଏକ୍ସପର୍ଟ କମିଟିର ସହାୟତା ନେବୁ । ତେବେ ଆଇସିଏମଆର ଡାଟା ଅନୁଯାୟୀ ଦେଶରେ ୦.୦୪ ପ୍ରତିଶତ ପ୍ରଥମ ଡୋଜ ୦.୦୩ ପ୍ରତିଶତ ସେକେଣ୍ଡ ଡୋଜ ନେଇ ସଂକ୍ରମିତ ହେଉଛନ୍ତି । ମାତ୍ର ଆଶ୍ଵସ୍ତିର ବିଷୟ ଏହା ଯେ, ଭ୍ୟାକ୍ସିନେସନ ପରେ ପ୍ରାୟ ୭୫ ଭାଗ ଲୋକଙ୍କୁ ମେଡ଼ିକାଲ ଯିବାକୁ ପଡୁନି।

ଆଇଏଲଏସ୍ ନିର୍ଦ୍ଦେଶକ ଆହୁରି ମଧ୍ୟ କହିଛନ୍ତି ଯେ, ସମଗ୍ର ଦେଶରେ ୬ଟି କେସରେ ଡେଲ୍ଟା ପ୍ଲସ ଭାଇରସ୍ ଡିଟେକ୍ଟ ହୋଇଛି । ଏଥି ମଧ୍ୟରୁ ଝାଡ଼ଖଣ୍ଡ, ପଶ୍ଚିମବଙ୍ଗର ଦୁଇଟି ରହିଥିବା ଜଣା ପଡିଛି । ଲକଡ଼ାଉନ କୋହଳ ହେବା ପରେ ଲୋକମାନେ କଟକଣା ମାନୁ ନାହାନ୍ତି । ଯେଉଁଥିପାଇଁ ସଂକ୍ରମଣ ବଢିବାର ଚାନ୍ସ ରହୁଛି । ତେଣୁ ସମସ୍ତେ ସରକାରଙ୍କ ଗାଇଡଲାଇନକୁ ସଠିକ ଭାବେ ଅନୁପାଳନ କରନ୍ତୁ ।

Leave A Reply

Your email address will not be published.

ବ୍ରେକିଂ