ଆଜି ଓଡିଶାରୁ ୭୫୬୪ କରୋନା ଆକ୍ରାନ୍ତ ସୁସ୍ଥ

 ଭୁବନେଶ୍ୱର: ଆଜି ରାଜ୍ୟରୁ ଆଉ ୭୫୬୪ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିବାଗ ଟ୍ୱିଟ ଯୋଗେ ସୂଚନା ଦେଇଛି।

ଆଜି ସର୍ବାଧିକ ଖୋର୍ଦ୍ଧାରୁ ୧୨୯୧ ଜଣ ସୁସ୍ଥ ହୋଇଛନ୍ତି। ସେହିପରି ସୁନ୍ଦରଗଡରୁ ୭୩୨, ପୁରୀରୁ ୫୨୯, କଟକରୁ ୪୭୦, ସମ୍ବଲପୁରରୁ ୪୪୦, ଝାରସୁଗୁଡାରୁ ୪୦୩, ବରଗଡରୁ ୩୮୨, ନବରଙ୍ଗପୁରରୁ ୩୫୬, ବଲାଙ୍ଗୀରିରୁ ୨୮୯, ଗଞ୍ଜାମରୁ ୨୬୧, ନୂଆପଡାରୁ ୨୫୯, କଳାହାଣ୍ଡିରୁ ୧୭୩, ନୟାଗଡରୁ ୧୫୬ ଜଣ ସୁସ୍ଥ ହୋଇଛନ୍ତି।

 

ଏହାସହ ଢେଙ୍କାନାଳରୁ ୧୪୬, ଭଦ୍ରକରୁ ୧୪୨, ମୟୂରଭଞ୍ଜରୁ ୧୩୪, ଗଜପତିରୁ ୧୨୮, ଯାଜପୁରରୁ ୧୨୭, ସୋନପୁରରୁ ୧୨୧, ଅନୁଗୁଳରୁ ୧୦୮, ଜଗତସିଂହପୁରରୁ ୧୦୫, ବାଲେଶ୍ବରରୁ ୧୦୦, କୋରାପୁଟରୁ ୯୮, କେନ୍ଦ୍ରାପଡାରୁ ୮୭,ଦେବଗଡରୁ ୭୧, କନ୍ଧମାଳରୁ ୬୪, କେନ୍ଦୁଝରରୁ ୫୮, ମାଲକାନାଗିରିରୁ ୫୫, ବୌଦ୍ଧରୁ ୨୬, ରାୟଗଡାରୁ ୧୭ ଏବଂ ଷ୍ଟେଟ ପୁଲରୁ ୨୩୬ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

ଏହି ସୁସ୍ଥ ସଂଖ୍ୟାଙ୍କୁ ମିଶାଇ ରାଜ୍ୟରେ ମୋଟ ୪ ଲକ୍ଷ ୬୫ ହଜାର ୧୩୩ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

Leave A Reply

Your email address will not be published.

ବ୍ରେକିଂ