ଆଜି ରାଜ୍ୟରୁ ଆଉ ୭୭ କରୋନା ଆକ୍ରାନ୍ତ ସୁସ୍ଥ ହେଲେ

ଭୁବନେଶ୍ୱର: ସୁସ୍ଥ ହେଲେ କରୋନା ଆକ୍ରାନ୍ତ ।  ଆଜି ଓଡିଶାରୁ ଆଉ ୭୭ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ୱିଟ ଯେଗେ ସୂଚନା ଦେଇଛି ।

ଆଜି ସର୍ବାଧିକ ବରଗଡ ଜିଲ୍ଲାରୁ ୧୪ଜଣ ସୁସ୍ଥ ହୋଇଛନ୍ତି । ସେହିପରି ଖୋର୍ଦ୍ଧାରୁ ୯, ମୟୂରଭଞ୍ଜରୁ ୯, ନୂଆପଡାରୁ ୬, ସମ୍ବଲପୁରରୁ ୬, ବାଲେଶ୍ୱରରୁ ୫, ବଲାଙ୍ଗିରରୁ ୫, ଯାଜପୁରରୁ ୫, ସୁନ୍ଦରଗଡରୁ ୫, ଝାରସୁଗୁଡାରୁ ୩, ପୁରୀରୁ ୩, ଢେଙ୍କାନାଳରୁ  ୨ଜଣ ଲେଖାଏଁ ସୁସ୍ଥ ହୋଇଛନ୍ତି।

ଏହାସହ  ସୋନପୁରରୁ ୨, ଅନୁଗୁଳରୁ ୧, କଟକରୁ ୧, କଳାହାଣ୍ଡିରୁ ୧, ନୟାଗଡରୁ ୧ ଏବଂ ଷ୍ଟେଟ ପୁଲରୁ ଜଣେ  ଲେଖାଏଁ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୩ ଲକ୍ଷ ୩୪ ହଜାର ୨୪୩ରେ ପହଞ୍ଚିଛି ।

ତଥ୍ୟ ଅନୁଯାୟୀ, ରାଜ୍ୟରେ ଏଯାବତ୍‌, ୩,୩୬,୭୬୭ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ୩,୩୪,୨୪୩ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ସେହିପରି ରାଜ୍ୟରେ ବର୍ତ୍ତମାନ ୫୫୭ ଜଣ ସକ୍ରିୟ ଆକ୍ରାନ୍ତ ରହିଥିବାବାଳେ ୧୯୧୪ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।

Leave A Reply

Your email address will not be published.

ବ୍ରେକିଂ