ଗୁରୁବାର ରାଶିଫଳ

ମେଷ: ସମସ୍ୟା ବହୁଳ ଦିନଟିଏ । କର୍ମକ୍ଷେତ୍ର ଓ ପରିବାରରେ ଅସନ୍ତୋଷ ବଢିବ । ଧୈର୍ଯ୍ୟର ଅଭାବ, ଯାନବାହନ ଯାତ୍ରାରେ କ୍ଷତି, ରାଜନୀତିରେ ଗତିରୋଧକର ସ୍ଥିତି, ଆର୍ଥିକ ସ୍ୱଚ୍ଛଳତା,ଦୂର ସଂପର୍କୀୟଙ୍କ ସହଯୋଗ ଓ ଧର୍ମ ନିଷ୍ଠା ରହିବ ।

ବୃଷ: ମାନସିକ ଅବସାଦ ଦୂର କରିପାରିବେ । ମୂଲ୍ୟବାନ ଦ୍ରବ୍ୟ କ୍ରୟର ସୁଯୋଗ ଲାଭ, କର୍ମକ୍ଷେତ୍ରରେ ସହଯୋଗ, ଯାନବାହନରେ ଆକସ୍ମିକ ବ୍ୟୟ, ଶୁଭକାର୍ଯ୍ୟ ସଂପାଦନ, ପ୍ରତିଯୋଗିତା ଜୟ ଓ ରାଜନୈତିକ କ୍ଷେତ୍ରରେ ମାନ ସମ୍ମାନ ପ୍ରାପ୍ତ ହେବେ ।

ମିଥୁନ: ଉଦ୍ୟମ ସଫଳ ବିଳମ୍ବିତ ହୋଇପାରେ । ଆଖ ପାଖରେ ବିରୋଧୀ ବ୍ୟକ୍ତିଙ୍କ ସଂଖ୍ୟା ବଢିବ । ଚିହ୍ନିବା ସହଜ ହେବନାହିଁ । ବେକ କିମ୍ବା ପାର୍ଶ୍ୱପୀଡା  ଭୋଗର ଆଶଙ୍କା ଅଛି । ସାମାଜିକ ଆଦୃତି, ଇଶ୍ବର ନିଷ୍ଠା ଓ ଗୁରୁଜନଙ୍କ ଆଶୀର୍ବାଦ ମିଳିବ ।

କର୍କଟ: ବିଚାର ଆଲୋଚନା ପରେ ନିଷ୍ପତ୍ତି ଗ୍ରହଣ କରିଲେ କାର୍ଯ୍ୟର ଧାରା ସହଜ ହେବ । ମାନସିକ ପ୍ରଶାନ୍ତି, ଉଚ୍ଚବର୍ଗର ସହଯୋଗ, ଆଧ୍ୟାତ୍ମିକ ଚର୍ଚ୍ଚା, ଦେବ ଆରାଧନା ଓ ପ୍ରିୟଜନଙ୍କ ସମର୍ଥନ ସଦ୍ଦିଚ୍ଛା ପାଇବେ । ଅପରାହ୍ନ ଠାରୁ ସ୍ୱାସ୍ଥ୍ୟ ସମସ୍ୟା ଆସିପାରେ ।

ସିଂହ: ବିବେକାନୁମୋଦିତ କାର୍ଯ୍ୟରେ ସଫଳତା ପାଇବେ । ଆୟ ବୃଦ୍ଧି, ବ୍ୟୟ ପୂରଣରେ ପର୍ଯ୍ୟାପ୍ତ ହେବେ ନାହିଁ । ମାନସିକ ଅସ୍ଥିରତା ଓ ଅସନ୍ତୋଷ ପାରିବାରିକ କ୍ଷେତ୍ରରେ ବଢିବ । ମୂଲ୍ୟବାନ ଗୃହୋପକରଣ କ୍ରୟ, ଆଧ୍ୟାତ୍ମିକ ଚିନ୍ତାର ଉନ୍ମେଷ ଓ ଯାତ୍ରାରେ ଶୁଭ ଯୋଗ ।

କନ୍ୟା: ଚାକିରିଜୀବୀଙ୍କ ପାଇଁ ଦିନଟି ସେତେ ଶୁଭଙ୍କର ହେବନାହିଁ । ଆହାର ବିହାର ଅନିୟମିତ ହେବ । କାର୍ଯ୍ୟ ଅବହେଳା ପାଇଁ ଦଣ୍ଡିତ ହୋଇପାରନ୍ତି । ପାରିବାରିକ ସ୍ଥିତି ଉତ୍ତମ ରହିବ । ପରିମିତ ଆୟରେ ଚଳିଯିବେ । ସନ୍ତାନ ସନ୍ତତି ଉନ୍ନତି କରିବେ ।

ତୁଳା: ଦୈହିକ ସ୍ୱାସ୍ଥ୍ୟ ସମସ୍ୟା ଅପରିବର୍ତ୍ତିତ ରହିବ । ପରୋପକାରରେ ଆତ୍ମସନ୍ତୋଷ ପାଇବେ । ଧର୍ମ କାମରେ ନିଷ୍ଠା ଓ ପ୍ରେରଣା ପ୍ରାପ୍ତି, ଶୁଭ କାର୍ଯ୍ୟ ସାଧନ ସନ୍ତାନ ସୁଖ, ଆତ୍ମୀୟ ସ୍ବଜନଙ୍କ ପାଇଁ ବ୍ୟୟ ଓ ନିର୍ମାଣ କାର୍ଯ୍ୟରେ ସଂସ୍କାର ଆଣିବେ ।

ବିଛା: ଶ୍ରୀ ଚନ୍ଦ୍ର ଭୋଗ ହେତୁ ଦିନଟି ଶୁଭଫଳ ଦାୟକ ହେବ । ବିଳାସ ଦ୍ରବ୍ୟ କ୍ରୟ, ପ୍ରିୟଜନଙ୍କ ସହଯୋଗ, ପୂଜା ପାର୍ବଣରେ ନିଷ୍ଠା, ଯାନ କ୍ରୟ ବିକ୍ରୟରେ ଲାଭ , କର୍ମକ୍ଷେତ୍ରରେ ଉଚ୍ଚ କର୍ତ୍ତୃପକ୍ଷଙ୍କ ନିର୍ଦ୍ଦେଶରେ କାର୍ଯ୍ୟ କରିବେ । ଯାତ୍ରାରେ ଶୁଭ ।

ଧନୁ: ବ୍ୟୟ ବରାଦ ଅଧିକ ଆସିଲେ ମଧ୍ୟ ଆୟ ସୀମା ଭିତରେ ରହିବ । କର୍ମକ୍ଷେତ୍ର ଶାନ୍ତି ଦାୟକ ହେବନାହିଁ । ସତ ସଂପର୍କ, ସ୍ୱାଧୀନ ଚିନ୍ତାଧାରା, ସ୍ୱାସ୍ଥ୍ୟରେ ଉନ୍ନତି, ସାମାଜିକ ସମାଦୃତି, ବାଣିଜ୍ୟିକ କ୍ଷେତ୍ର ପ୍ରସାର ଓ ରାଜନୀତିରେ ସମ୍ମାନୀତ ହେବେ ।

ମକର: ଚନ୍ଦ୍ରଙ୍କର ଏକାଦଶ ସ୍ଥିତି ଶୁଭ ପ୍ରଦାୟକ ହେବ । ବାଞ୍ଛିତ ଫଳ ଲାଭର ଆଶା ଅଛି । ପାରିବାରିକ ସୁଖ, ସଜ୍ଜନ ସଂପର୍କ, ଚିନ୍ତା ମୁକ୍ତି ଓ ଗୁରୁଦେବତା ବ୍ରାହ୍ମଣ ଉକ୍ତି ଯୁକ୍ତ ହେବେ । ନିର୍ମାଣମୂଳକ କାମ ଆଗେଇବ । ରାଜନୀତିରେ ଜନାଦୃତି ମିଳିବ ।

କୁମ୍ଭ: ସାମୁହିକ କାର୍ଯ୍ୟରେ ନେତୃତ୍ୱ ଗ୍ରହଣ କରିବେ । ପ୍ରିୟଜନଙ୍କ ସହ ସୁସଂପର୍କ ରହିବ । ନିମ୍ନ ଅଙ୍ଗରେ ବ୍ୟଥା, ଦ୍ରବ୍ୟ କ୍ରୟ, ସ୍ଥିର ବିଚାର, ଆଧ୍ୟାତ୍ମିକ ପ୍ରଗତି ଓ କର୍ମ ପ୍ରେରଣା ଲାଭ ହେବ । ଅଂଶୀଦାର ବ୍ୟବସାୟରେ ମାନ ମନାନ୍ତରର ସମ୍ଭାବନା ଅଛି ।

ମୀନ: ପରୋକ୍ଷ ଶତ୍ରୁଙ୍କ ପାଇଁ ମାନସିକ ଅସ୍ଥିରତା ଆସିପାରେ । ବ୍ୟବସାୟିକ କ୍ଷେତ୍ରରେ ବିଶୃଙ୍ଖଳିତ ସ୍ଥିତି, କର୍ମକ୍ଷେତ୍ରରେ ସମସ୍ୟାର ଆପୋଷ ସମାଧାନ, େଦବାଦେବୀ କାର୍ଯ୍ୟରେ ନିଷ୍ଠା, ସାମାଜିକ ପ୍ରତିଷ୍ଠା ଓ ଆର୍ଥିକ ଅସ୍ୱଚ୍ଛଳତା ପ୍ରାୟତଃ ଲାଗି ରହିବ ।

Leave A Reply

Your email address will not be published.

ବ୍ରେକିଂ