ମହାରାଷ୍ଟ୍ରରେ ବନ୍ୟା ସ୍ଥିତି ନେଇ ୮ଟି ଏନଡିଆରଏଫ ଟିମ୍ ଓଡିଶାରୁ ଗଲା

ଭୁବନେଶ୍ୱର: ମହାରାଷ୍ଟ୍ରରେ ଲଗାଣ ବର୍ଷା ଯୋଗୁଁ ବନ୍ୟା ସ୍ଥିତି ଦେଖାଦେଇଛି । ଏହାର ମୁକାବିଲା ପାଇଁ ଓଡିଶାରୁ ଗଲା ଏନଡିଆରଏଫ ଟିମ୍ । ୩ଟି ସ୍ୱତନ୍ତ୍ର ବିମାନ ଯୋଗେ ୮ଟି ଏନଡିଆରଏଫ ଟିମ୍ ପୁନେ ଅଭିମୁଖେ ବାହରିଛି । ୪ଟି ଟିମ୍ ପୁନେରେ ମୁତୟନ ହେବାକୁ ଥିବା ବେଳେ ୨ଟି ଟିମ୍ ରତ୍ନଗିରି ଏବଂ ୨ଟି ଟିମ୍ ଗୋଆ ଯିବ ।

ସୂଚନାଯୋଗ୍ୟ ମହାରାଷ୍ଟ୍ରରେ ଲଗାତର କିଛି ଦିନ ହେଲା ଲଗାଣ ବର୍ଷା ଜାରି ରହିଛି । ୨୪ ଘଂଟା ଧରି ଲଗାଣ ବର୍ଷା ଯୋଗୁଁ ବିଭିନ୍ନ ସ୍ଥଳରେ ବନ୍ୟା ସ୍ଥିତି ଦେଖାଦେଇଛି । ଏଥିରେ ୩୬ ଜଣଙ୍କର ମୃତ୍ୟୁ ମଧ୍ୟ ହୋଇଥିବା ବେଳେ ୩୦ରୁ ଉର୍ଦ୍ଧ୍ୱ ଏବେବି ନିଖୋଜ ଅଛନ୍ତି ।  ରତ୍ନଗିରି, ରାଇଗଡ଼, କୋହ୍ଲପୁର ଜିଲ୍ଳାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଯାହାଫଳରେ ଏନଡ଼ିଆରଫ ଟିମ୍ ସହାୟତାରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।

Leave A Reply

Your email address will not be published.

ବ୍ରେକିଂ