କଟକ ମହାନଗରରୁ ୮ କରୋନା ଆକ୍ରାନ୍ତ ଚିହ୍ନଟ, ସୁସ୍ଥ ହେଲେ ୮
କଟକ: ରାଜ୍ୟରେ ଧିରେ ଧିଲେ କରୋନା ସଂକ୍ରମଣ କମିବାରେ ଲାଗିଛି । କଟକ ମହାନଗରରୁ ମଧ୍ୟ ପ୍ରତିଦିନ ଅଳ୍ପ ସଂଖ୍ୟକ କରୋନା ଆକ୍ରାନ୍ତ ଚିହ୍ନଟ ହେଇଛନ୍ତି ।ଆଜି କଟକ ମହାନଗରରୁ ୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହି ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ କ୍ଵାରେଣ୍ଟିନରୁ ୪ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ମାମଲା ୪ ରହିଛି। ଏନେଇ କଟକ ମହାନଗର ନିଗମ ପକ୍ଷରୁ ଟୁଇଟ ଯୋଗେ ସୂଚନା ଦିଆଯାଇଛି । ନୂଆ ଆକ୍ରାନ୍ତଙ୍କ ସଂଖ୍ୟାକୁ ମିଶାଇ କଟକ ମହାନଗରରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୬,୨୧୨ ରେ ପହଞ୍ଚିଛି ।
#COVID19 update in Cuttack city (CMC area)
Out of the10 new COVID19 +ve cases reported today in #Cuttack district, 8 +ve cases belong to Cuttack city (CMC area).
Another 8 recoveries have been reported recently! KUDOS to all doctors & healthcare staff. pic.twitter.com/B5oA7z0z3Q
— CMC,Cuttack (@CMCCuttack) January 3, 2021
ଅନ୍ୟପକ୍ଷରେ ଆଜି କଟକ ମହାନଗରରୁ ୮ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଆଜିର ସୁସ୍ଥ ଆକ୍ରାନ୍ତ ସଂଖ୍ୟାକୁ ମିଶାଇ କଟକ ମହାନଗରରେ ମୋ ୧୬,୦୮୯ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ସେହିପରି କଟକ ମହାନଗରରୁ ୮୭ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ୩୬ ଜଣ ସକ୍ରିୟ ଆକ୍ରାନ୍ତ ଅଛନ୍ତି ।