ଭୁବନେଶ୍ୱରରୁ ୮୧୧ କରୋନା ଆକ୍ରାନ୍ତ ଚିହ୍ନଟ, ୧୦୪୬ ସୁସ୍ଥ

ଭୁବନେଶ୍ୱର : ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ଅଞ୍ଚଳରେ କରୋନାରେ ଅସୁସ୍ଥ କମ୍‌ ଓ ସୁସ୍ଥ ବେଶୀ। ଆଜି ୮୧୧ ଜଣ କରୋନାରେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୮୧୧ କରୋନା ଆକ୍ରାନ୍ତଙ୍କ ଭିତରେ ୧୬୮ ଜଣ କ୍ୱାରେଣ୍ଟାଇନ୍‌ରେ ଥିବା ବେଳେ ୬୪୩ ଲୋକାଲ୍‌ କେସ।  ଆଜିର ଆକ୍ରାନ୍ତଙ୍କୁ ମିଶାଇ ଭୁବନେଶ୍ୱରର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୭୫ ହଜାର ୭୮୪ କୁ ବୃଦ୍ଧି ହୋଇଛି। ଏନେଇ ଭୁବନେଶ୍ୱର ମହାନଗର ନିଗମ ଟ୍ୱିଟ୍‌ କରି ସୂଚନା ଦେଇଛି ।

ସେହିପରି ଆଜି ୧୦୪୬ ଜଣ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି। ତେବେ ଏହି ସୁସ୍ଥ ଆକ୍ରାନ୍ତକୁ ମିଶାଇ ମୋଟ ୬୪ ହଜାର ୧୭୫ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୧୧ ହଜାର ୨୫୦ ଜଣ ସକ୍ରିୟ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି ଏବଂ ୩୩୮ ଜଣ କରୋନାରେ ମୃତ୍ୟୁ ହୋଇଛି।

Leave A Reply

Your email address will not be published.

ବ୍ରେକିଂ