୮୫ ପେଟି ବିଦେଶୀ ମଦ ଜବତ, ଜଣେ ଗିରଫ

ବଅଁରପାଳ: ବଅଁରପାଳ ପୋଲିସ ୮୫ପେଟି ବିଦେଶୀ ମଦ ଜବତ କରିବା ସହ ଜଣକୁ ଗିରଫ କରିଛି । ଜବତ ମଦର ଆନୁମାନିକ ମୂଲ୍ୟ ଲକ୍ଷାଧିକ ଟଙ୍କା ହେବ ବୋଲି ଜଣାପଡିଛି ।

ବିଶେଷ ସୂତ୍ରରୁ ଖବର ପାଇ ଆଜି ପୂର୍ବାହ୍ନରେ ବଅଁରପାଳ ଥାନା ଅଧିକାରୀ ନରେଶ ସାହୁଙ୍କ ନେତୃତ୍ୱରେ ଏକ ଟିମ ନୂଆଁହତା ଗ୍ରାମରେ ଆତର୍କିତ ଚଢ଼ାଉ କରି ଜବତ କରିବାରେ ସକ୍ଷମ ହୋଇଛି । ଏଥିସହ ଜଣକୁ ଗିରଫ କରିଛି । ଗିରଫ ଜଣକ ହେଲେ  ନୂଆଁହତା ଗ୍ରାମର ଗଣେଶ ସାହୁ ବୋଲି ଜଣାପଡିଛି । ଏ ନେଇ ବଅଁରପାଳ ଥାନା ୧୮୪/୨୧ ରେ ଏକ ମାମଲା ରୁଜୁ କରି ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଛି ।

Leave A Reply

Your email address will not be published.

ବ୍ରେକିଂ