ବ୍ରହ୍ମପୁରରୁ ୯ ଆନ୍ତରାଜ୍ୟ ଡକାୟତ ଗିରଫ

ବ୍ରହ୍ମପୁର: ପୋଲସ କବଜାରେ ଆନ୍ତରାଜ୍ୟ ଗ୍ୟାଙ୍ଗର ୯ ଡକାୟତ । ଏମାନଙ୍କ ମଧ୍ୟରେ ୮ ଜଣ ଝାଡ଼ଖଣ୍ଡର ଡକାୟତ ଥିବା ବେଳେ ଓ ଜଣେ ଭୁବନେଶ୍ୱର ବାଳକାଟି ଅଞ୍ଚଳର ଡକାୟତ ରହିଛି ବୋଲି ଜଣାପଡିଛି ।  ଏଥିସହ ଏମାନଙ୍କ ଠାରୁ ଗୋଟିଏ ଦେଶୀ ବନ୍ଧୁକ, ୩ଟି ଲେଖା ଗୁଳି-ଖଣ୍ଡା-ବୋମା- ଲୁହା ରଡ୍ ଏବଂ ୩୨ଟି ମୋବାଇଲ ଜବତ କରାଛି ପୋଲିସ । ସେମାନେ ଆସିଥିବା ଗୋଟିଏ ଅଟୋରିକ୍ସାକୁ ମଧ୍ୟ ଜବତ କରିଛି ପୋଲିସ । ସେଥିରୁ ୧୦ଟି ମୋବାଇଲ ଚୋରା ବୋଲି ଜଣା ପଡିଛି । ଏ ନେଇ ୪ଟି ଥାନାରେ ପୃଥକ୍ ମାମଲା ରୁଜୁ ହୋଇଛି।

ସୂଚନାଯୋଗ୍ୟ ମଙ୍ଗଳବାର ମଧ୍ୟରାତିରେ ଗୋଷାଣୀନୂଆଗାଁ ଥାନା ପୁଲିସ ଏହି ଡକାୟତମାନଙ୍କୁ ଜାତୀୟ ରାଜପଥ ୧୬ର ଖଜୁରିଆ ଓଭରବ୍ରିଜ ନିକଟରୁ ଧରିବାରେ ସକ୍ଷମ ହୋଇଛି । ତେବେ ଏଥିରେ ଆଉ କିଏ କିଏ ସଂପୃକ୍ତ ଅଛନ୍ତି ତାହାର ଖୋଲତାଡ କରୁଛି ପୋଲିସ ।

Leave A Reply

Your email address will not be published.

ବ୍ରେକିଂ