ଆଜି ଓଡିଶାରୁ ୯୦ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ୱର:  ଓଡିଶାରେ କମୁଛି ମହାମାରୀ କରୋନାର କାୟା। ଆଜି ଓଡିଶାରୁ ୯୦ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏନେଇ  ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ୱିଟ ଯୋଗେ ସୂଚନା ଦିଆଯାଇଛି।

ସର୍ବାଧିକ ସୁନ୍ଦରଗଡ ଜିଲ୍ଲାରେ ୨୭ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସେହିପରି ବରଗଡରୁ ୧୦, ପୁରୀରୁ ୯, ଅନୁଗଳରୁ ୮, କେନ୍ଦୁଝରରୁ ୭, ରାୟଗଡାରୁ ୫ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

<>

ସେହିପରି ବଲାଙ୍ଗୀର, ସମ୍ବଲପୁରରୁ ୪ଜଣ ଲେଖାଏଁ, ବାଲଏଶ୍ୱରରୁ ୩, ଖୋର୍ଦ୍ଧା, ମୟୁରଭଞ୍ଜ,ନୂଆପଡାରୁ ୨ଜଣ ଲେଖାଏଁ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ବୌଦ୍ଧ, କଟକ, ଦେବଗଡ,ଝାରସୁଗୁଡା, ମାଲକାନଗିରି, କଳାହାଣ୍ଡି ଓ ଷ୍ଟେଟପୁଲ୍ ରୁ ଜଣେ ଲେଖାଏଁ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

Leave A Reply

Your email address will not be published.

ବ୍ରେକିଂ