ଆଜି ରାଜ୍ୟରୁ ୯୩୨୯ କରୋନା ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ବର : ରାଜ୍ୟରେ ଦୈନିକ ସଂକ୍ରମଣ ତୂଳନାରେ ସୁସ୍ଥ ସଂଖ୍ୟା କମ ରହୁଛି । ଆଜି ଓଡିଶାରୁ ୯୩୨୯ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ ୪ ଲକ୍ଷ ୯୧ ହଜାର ୬୭୪  ଆରୋଗ୍ୟ ହୋଇଛନ୍ତି ।ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ୱିଟ୍‌ ଯୋଗେ ସୂଚନା ଦିଆଯାଇଛି।

ସୁସ୍ଥ ହୋଇ ଘରକୁ ଫେରିଥିବା ଆକ୍ରାନ୍ତଙ୍କ ମଧ୍ୟରୁ ଅଧିକାଂଶ ଖୋର୍ଦ୍ଧା ଜିଲ୍ଲାରୁ ଅଛନ୍ତି । ଖୋର୍ଦ୍ଧାରୁ ସର୍ବାଧିକ ୧୨୧୪ ଜଣ ଥିବା ବେଳେ, ସୁନ୍ଦରଗଡ଼ରୁ ୧୧୩୬, କଟକରୁ ୭୮୦, ବରଗଡ଼ରୁ ୪୮୭, ସମ୍ବଲପୁରରୁ ୪୭୦, ନୂଆପଡ଼ାରୁ ୪୩୪, କଳାହାଣ୍ଡିରୁ ୪୧୦, ଅନୁଗୁଳରୁ ୩୮୪, ଝାରସୁଗୁଡ଼ାରୁ ୩୮୪, ପୁରୀରୁ ୩୧୯, ବଲାଙ୍ଗିରରୁ ୩୧୩, ନବରଙ୍ଗପୁରରୁ ୩୧୨, ମୟୂରଭଞ୍ଜରୁ ୨୮୮, ଗଞ୍ଜାମରୁ ୨୬୧ ଜଣ ସୁସ୍ଥ ହୋଇଛନ୍ତି ।

ସେହିପରି ନୟାଗଡ଼ରୁ ୨୦୬ ଜଣ ଥିବା ବେଳେ, ବୌଦ୍ଧରୁ ୨୦୦, ରାୟଗଡ଼ାରୁ ୧୯୯, କେନ୍ଦ୍ରାପଡ଼ାରୁ ୧୯୦, ବାଲେଶ୍ବରରୁ ୧୫୧, ଜଗତସିଂହପୁରରୁ ୧୪୭, ସୋନପୁରରୁ ୧୨୩, ଗଜପତିରୁ ୧୧୬, କେନ୍ଦୁଝରରୁ ୧୧୩, ଢେଙ୍କାନାଳରୁ ୯୦, କୋରାପୁଟ ଓ ମାଲକାନଗିରିରୁ ୭୨ ଜଣ ଲେଖାଏଁ, ଯାଜପୁରରୁ ୭୧, କନ୍ଧମାଳରୁ ୫୩, ଭଦ୍ରକରୁ ୫୨, ଦେବଗଡ଼ରୁ ୩୩ ଓ ଷ୍ଟେଟ୍ ପୁଲରୁ ୨୪୯ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଆଜିର ସଂଖ୍ୟାକୁ ମିଶାଇ ରାଜ୍ୟରେ ଏପର୍ଯ୍ୟନ୍ତ ସୁସ୍ଥ ହେଲେଣି ୪ ଲକ୍ଷ ୯୧ ହଜାର ୬୭୪ ଜଣ ଆକ୍ରାନ୍ତ ।

Leave A Reply

Your email address will not be published.

ବ୍ରେକିଂ