ଭୁବନେଶ୍ୱରରୁ ଆଜି ୯୮୮ ଆକ୍ରାନ୍ତ ଚିହ୍ନଟ, ୭୭୭ ସୁସ୍ଥ

ଭୁବନେଶ୍ୱର : ରାଜ୍ୟରେ ଲକଡାଉନ ସତ୍ତ୍ୱେ ବଢିବାରେ ଲାଗିଛି ମହାମାରୀ କରୋନା । ତେବେ ଆଜି ରାଜଧାନୀ ଭୁବନେଶ୍ୱରରୁ ୯୮୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କ୍ୱାରାଣ୍ଟାଇନ ସେଣ୍ଟରରୁ ୧୬୬ ଜଣ ଚିହ୍ନଟ ହୋଇଥିବା ବେଳେ ୮୨୨ ଲୋକାଲ କେସ ଚିହ୍ନଟ ହୋଇଛନ୍ତି । ସେହିପରି ୭୭୭ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏନେଇ ବିଏମସି ଟ୍ୱିଟ ଯୋଗେ ସୂଚନା ଦେଇଛି ।

ବର୍ତ୍ତମାନ ଭୁବନେଶ୍ୱରରେ ୫୯,୧୬୩ରେ ପହଞ୍ଚିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ସେହିପରି ୪୭,୪୩୫ ଜଣ ସୁସ୍ଥ ହୋଇ ଘରକୁ ଫେରୁଛନ୍ତି । ଆହୁରି ୧୧,୪୧୮ କରୋନା ପଜିଟିଭ ଭୁବନେଶ୍ୱରରେ ସକ୍ରିୟ ରହିଛନ୍ତି ।

Leave A Reply

Your email address will not be published.

ବ୍ରେକିଂ