ଶୁକ୍ରବାର ରାଶିଫଳ: ଜାଣନ୍ତୁ କିଭଳି କଟିବ ଆପଣଙ୍କ ଦିନ

ମେଷ : ମାନସିକ ଅଶାନ୍ତି ଅସ୍ଥିରତା ଲାଗି ରହିବ। କର୍ମ କ୍ଷେତ୍ରରେ ବୁଝାମଣାରେ ଅଭାବ ଆସିପାରେ। ବନ୍ଧୁ ପରିଜନରେ ବିରୋଧ, ଦ୍ରବ୍ୟନଷ୍ଟ, ଆୟହ୍ରାସ,  ରାଜନୀତି କ୍ଷେତ୍ରରେ ଉଚ୍ଚପଦାଧିକାରୀଙ୍କ ସହଯୋଗ ପାଇବେ।

ବୃଷ : ଦିନଟି ଶୁଭାଶୁଭ ମିଶ୍ରିତ ଫଳ ଦାୟକ ହେବ।  କର୍ମ ପ୍ରେରଣା ଲାଭ, ସାଂଗଠନିକ ଦକ୍ଷତା, ପୂଜା ପାର୍ବଣରେ ଆଗ୍ରହ ଓ ପ୍ରିୟ ପରିଜନରେ ବିରୋଧୀ ହୋଇପାରନ୍ତି।  ବ୍ୟବସାୟିକ କ୍ଷେତ୍ରରେ ଲାଭାଂଶ ବଢ଼ିବ॥ ରାଜନୀତିରେ ଲୋକସମ୍ପର୍କ ହାନୀ ଯୋଗ ରହିଛି।

ମିଥୁନ : ପରସ୍ପର ବିରୋଧ ଚିନ୍ତାଧାରା ପ୍ରାୟତଃ ଲାଗି ରହିବ। ନିଷ୍ପତ୍ତି ଗ୍ରହଣରେ ବିଳମ୍ବ, ଦୂର ଯାତ୍ରାରେ ମନସ୍ତାପ, ନିମ୍ନ ଅଂଶରେ ପୀଡ଼ା, ଗୃହ ସମସ୍ୟା ବୃଦ୍ଧି ଓ ପୁରାତନ ବନ୍ଧୁ ସମ୍ପର୍କରେ ସହଯୋଗ ସଦିଚ୍ଛା ପାଇବେ। ବ୍ୟବସାୟରେ ଅଗ୍ରଗତି ସହଜ ହେବ।

କର୍କଟ : ଶ୍ରଦ୍ଧା ଓ ଆଦୃତି କର୍ମ କ୍ଷେତ୍ରରେ ମିଳିବ।  ଦୈହିକ ସ୍ୱାସ୍ଥ୍ୟରେ କ୍ରମ ଉନ୍ନତି, ବନ୍ଧୁ ଆଗମନ, କର୍ତ୍ତବ୍ୟ ନିଷ୍ଠା, ଆୟ ପରିସର ବୃଦ୍ଧି, ଯାନବାହନ କ୍ରୟ ବିକ୍ରୟରେ ଲାଭ, ଦେବାଦେବୀ କାର୍ଯ୍ୟରେ ଆଗ୍ରହ ଓ ପରିବାରରେ ସହଜ ବୁଝାମଣା ରହିବ।

ସିଂହ : ଭବିଷ୍ୟତ ଯୋଜନାକୁ ଆଖି ଆଗରେ ରଖି ଅଧିକ ବ୍ୟୟ ବରାଦ କରିବେ। ଯାନବାହନ ସୁଖ, କର୍ମକ୍ଷେତ୍ରରେ ବିରୋଧ ଓ କମ ଆୟ, ଉଚ୍ଚସମ୍ପର୍କରେ ଉନ୍ନତି, ପରୋପକାର, ପରିବାରର ସ୍ୱାସ୍ଥ୍ୟ ସମସ୍ୟା ଚିନ୍ତା ବୃଦ୍ଧି କରିପାରେ।

କନ୍ୟା : ଦିନଟି ଶୁଭଫଳ ପ୍ରଦାୟକ ହେବ। କର୍ମ କ୍ଷେତ୍ରରେ ଆସୁଥିବା ବାଧା ପ୍ରତିବନ୍ଧକ ଆପଣା ଛାଏଁ ଦୂର ହୋଇଯିବ।  ଉଚ୍ଚ କର୍ତ୍ତୃପକ୍ଷଙ୍କ ଅନୁଗ୍ରହ ଲାଭ କରିବେ। ଆୟ ଅପରିବର୍ତ୍ତିତ ରହିବ। ପାରିବାରିକ ସ୍ନେହ ସମ୍ପର୍କ ଓ ଦେବ କାର୍ଯ୍ୟରେ ନିଷ୍ଠା ବଢ଼ିବ।

ତୁଳା : ଲକ୍ଷ୍ୟ ପୂରଣ କରିପାରିବେ। ସତ ସମ୍ପର୍କରୁ ସଠିକ ପରାମର୍ଶ ଲାଭ କରିବେ।  ପିତା ମାତା ଗୁରୁଜନଙ୍କ ସ୍ୱାସ୍ଥ୍ୟରେ ସୁଧାର ଆସିବ।  ଲୋକ କଲ୍ୟାଣ କାର୍ଯ୍ୟରେ ଆଗ୍ରହ, ଆହାର ବିହାରରେ ନିୟମିତତା ଓ ଆତ୍ସ  ସମ୍ମାନ ସୁରକ୍ଷିତ ରହିବ।

ବିଛା : ମାନସିକ ସ୍ଥିତି ସଠିକ ରହିବ। ଗଣ୍ଠିବ୍ୟଥା ଭୋଗର ଆଶଙ୍କା ଅଛି। କର୍ମ କ୍ଷେତ୍ରରେ ଆତ୍ମ ସନ୍ତୋଷ ମିଳିବ।  ପୂଜା ପାଠରେ ନିଷ୍ଠା, ଉଦ୍ୟମ ସଫଳ, ଉଚ୍ଚ ସମ୍ପର୍କରେ ଉନ୍ନତି ଓ ବ୍ୟବସାୟରେ ଅଂଶଧନ ବଢ଼ାଇ ପାରିବେ।

ଧନୁ : ଦିନଟି ଅଶୁଭ ଫଳଦାୟକ ହେବ।  ଲକ୍ଷ୍ୟ ପୂରଣରେ ବିଳମ୍ବ,  ଥଣ୍ଡା ସର୍ଦ୍ଦିଜନିତ ସ୍ବାସ୍ଥ୍ୟ ସମସ୍ୟା, କର୍ମ କ୍ଷେତ୍ରରେ ଭୁଲ ବୁଝାମଣା, ଯାତ୍ରା ଅଶୁଭ ଓ ମାଙ୍ଗଳିକ କର୍ମରେ ପ୍ରତିବନ୍ଧକ ଆସିବ।  ପରିଜନେ ପ୍ରିୟ ହେବେ, ଆୟ ବୃଦ୍ଧି ଓ ରାଜନୀତିରେ ସୁଦୃଢ଼ ସ୍ଥିତି ରହିବ।

ମକର : ବନ୍ଧୁ ବର୍ଗରୁ ଅସହଯୋଗ କିମ୍ବା ସମାଲୋଚନା ମିଳିପାରେ।  ୪ ଅଣ୍ଟା ମେରୁଦଣ୍ଡରେ ପୀଡ଼ା, କର୍ମ କ୍ଷେତ୍ରରେ ନିଷ୍ଠା, ଆର୍ଥିକ ସ୍ବଚ୍ଛଳତା, ଗୃହରେ ମଙ୍ଗଳ କାର୍ଯ୍ୟାରମ୍ଭ, ପିତୃ ମାତୃ ସୁଖକାରକ, ଯାନବାହନରେ ବ୍ୟୟ ଓ ରାଜନୀତିରେ ସମ୍ମାନିତ ହେବେ।

କୁମ୍ଭ : ପ୍ରାପ୍ୟ ହାତକୁ ଆସିବାରେ ବିଳମ୍ବ ଅଛି।  କର୍ତ୍ତବ୍ୟ ସମ୍ପାଦନରେ ଏକ ନିଷ୍ଠ ହେବେ।  ଦେହ ଓ ମନରେ ସୁସ୍ଥ ରହିବେ।  ଉଚ୍ଚବର୍ଗରୁ ସହଯୋଗ ଓ ସମର୍ଥନ ମିଳିବ।  ଧାତୁ ଦ୍ରବ୍ୟକୁ ଆଭୂଷଣ ପ୍ରାପ୍ତି ଓ ପରିବାରରେ ଶ୍ରଦ୍ଧା ଭକ୍ତି ଲାଭର ସୂଚନା ରହିଛି।

ମୀନ : ସ୍ଥିର ବିଚାରରେ କାମ କରି ସଫଳତା ପାଇବେ। ପାରିବାରିକ ଉତ୍ତମ ବୁଝାମଣା ମଙ୍ଗଳ କାର୍ଯ୍ୟରେ ପ୍ରଗତି, ସୌଖÒନ ଦ୍ରବ୍ୟ କ୍ରୟ, ଉଚ୍ଚ କର୍ତ୍ତୃପକ୍ଷଙ୍କ ସହଯୋଗ ଓ ମୁଖ ଭ୍ରମଣର ସୁଯୋଗ ମିଳିବ। ଅମ୍ଳ ,ଅର୍ଶ ଜନିତ ସାଧାରଣ ଦେହପୀଡ଼ା ଆସିପାରେ।

 

 

Leave A Reply

Your email address will not be published.

ବ୍ରେକିଂ