ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଅଭିଯୋଗ

ମିରଟ : ଉତ୍ତରପ୍ରଦେଶର ମିରଟରେ ପୁଣି ଲଜ୍ଜ୍ୟା ଜନକ ଘଟଣା ଘଟିଛି । ଟ୍ୟୁସନ ସାରି ଘରକୁ ଫେରୁଥିବା ବେଳେ ଜଣେ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଦୁର୍ବୃତ୍ତମାନେ ଅପହରଣ ଓ ପରେ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ଆସିଛି । ତେବେ ଏହାକୁ ସ୍ଥାନୀୟ ଅଞ୍ଚଳରେ ଘୋର ନିନ୍ଦା କରାଯାଉଥିବା ବେଳେ ଛାତ୍ରୀ ଜଣକ ସହ୍ୟ କରି ନପାରି ଆତ୍ମହତ୍ୟା କରିଥିବା ଜଣାପଡିଛି ।

ସେହିପରି ଆତ୍ମହତ୍ୟା କରିବା ପୂର୍ବରୁ ଛାତ୍ରୀ ଜଣଙ୍କ ଏକ ସୁଇସାଇଡ ନୋଟରେ ୪ ଜଣ ଅଭିଯୁକ୍ତଙ୍କ ନା ଉଲ୍ଲେଖ କରିଥିବା କହିଛନ୍ତି ବରିଷ୍ଠ ପୋଲିସ ଅଧିକାରୀ କେଶବ କୁମାର । ଏଥିସହ ପୋଲିସ ଘଟଣାରେ ସଂପୃକ୍ତ ଥିବା ୪ ଜଣ ଅଭିଯୁକ୍ତଙ୍କ ମଧ୍ୟରୁ ପଡୋଶୀ ଗାଁର ୨ ଜଣ ଅଭିଯୁକ୍ତ ଲାକହାନ ଏବଂ ବିକାଶକୁ ଗିରଫ କରିବାରେ ସକ୍ଷମ ହୋଇଛି । ତେବେ ଅନ୍ୟ ୨ ଜଣଙ୍କୁ ଧରିବା ଲାଗି ପ୍ରୟାସ ଜାରି ରଖିଛି ।

ସୂଚନାମୁତାବକ ଛାତ୍ରୀ ଜଣଙ୍କ ଶୁକ୍ରବାର ଦିନ ଘରକୁ ଫେରିବା ପରେ ସେ ତାଙ୍କ ପିତାମାତାଙ୍କୁ ଏହି ଘଟଣା ବିଷୟରେ ଅବଗତ କରାଇଥିଲେ ଏବଂ ପରେ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ଏହାପରେ ତାଙ୍କ ପରିବାର ଲୋକେ ନାବାଳିକାଙ୍କୁ ଡାକ୍ତରଖାନାକୁ ନେଇଥିଲେ। ଯେଉଁଠାରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା।

 

Leave A Reply

Your email address will not be published.

ବ୍ରେକିଂ