ଦିଲ୍ଲୀର ଇନ୍ଦ୍ରଲୋକର ଏକ କାରଖାନାରେ ଅଗ୍ନିକାଣ୍ଡ

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ଇନ୍ଦ୍ରଲୋକ ଅଞ୍ଚଳରେ ଭୟାବହ ଅଗ୍ନିକାଣ୍ଡ ଘଟିଥିବା ନେଇ ଆଜି ଖବର ମିଳିଛି । ଏକ କାରଖାନାରେ ଭୟଙ୍କର ଅଗ୍ନିକାଣ୍ଡ ଘଟି ଚାରିପାଖ ଧୂଆଁମୟ ହୋଇ ଯାଇଛି । ଖବର ପାଇ ଦମକଳ କର୍ମଚାରୀ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇବା କାର୍ଯ୍ୟରେ ନିୟୋଜିତ ରହିଛନ୍ତି । ସେହିପରି ଅଗ୍ନିକାଣ୍ଡର କାରଣ ଜଣାପଡିନଥିବା ବେଳେ ମଙ୍ଗଳବାର ଅପରାହ୍ଣରେ ଅଗ୍ନିକାଣ୍ଡ ଘଟିଥିବା ସୂଚନା ରହିଛି । ତେବେ ଏହି ଅଗ୍ନିକାଣ୍ଡରେ କେତେ ପରିମାଣରେ କ୍ଷୟକ୍ଷତି ହୋଇଛି ସେନେଇ କୌଣସି ସୂଚନା ମଧ୍ୟ ମିଳିପାରି ନାହିଁ ।

Leave A Reply

Your email address will not be published.

ବ୍ରେକିଂ