ବାପାଙ୍କ ଫିଟନେସ୍ କୋଚ୍ କୁ ଡେଟ କରୁଛନ୍ତି ଇରା ଖାନ !

ମୁମ୍ବାଇ: ବଲିଉଡ ଅଭିନେତା ଆମୀର ଖାନଙ୍କ ଝିଅ ଇରା ଖାନ ସର୍ବଦା ସୋସିଆଲ ମିଡିଆରେ ଚର୍ଚ୍ଚାରେ ରୁହନ୍ତି ।  ବାପା ଆମୀରଙ୍କ ଭଳି ଇରା ମଧ୍ୟ ସୋସିଆଲ ମିଡିଆରେ ଖୁବ ସକ୍ରିୟ ରୁହନ୍ତି । ତେବେ ବର୍ତ୍ତମାନ ସେ ନିଜ ପ୍ରେମ ସମ୍ପର୍କକୁ ନେଇ ଚର୍ଚ୍ଚାରେ ଅଛନ୍ତି । ଇରା ଖାନ ବାପା ଆମିରଙ୍କ ଫିଟନେସ୍ କୋଚ୍ ନୁପୁର ଶିଖରଙ୍କୁ ଡେଟ୍ କରୁଥିବା ଚର୍ଚ୍ଚା ହେଉଛି । ନୁପୁର ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରିଛନ୍ତି, ଯାହା ଦ୍ୱାରା ସେ ଇରାଙ୍କୁ ଡେଟ୍‌ କରୁଥିବା ପ୍ରଶଂସକମାନେ କହିଛନ୍ତି ।

ଲକଡାଉନ ସମୟରେ ଉଭୟଙ୍କ ମଧ୍ୟରେ ଘନିଷ୍ଠତା ବଢିଯାଇଥିବା କୁହାଯାଉଛି । ଏପରିକି ଇରା ଖାନ ଏବଂ ନୁପୁର ଶିଖର ନିକଟରେ ଛୁଟି କାଟିବାକୁ ମହାବାଲେଶ୍ୱର ଫାର୍ମହାଉସରେ ଯାଇଥିଲେ। ଦୁହେଁ ପରସ୍ପରର ମା’ଙ୍କୁ ମଧ୍ୟ ଭେଟିଛନ୍ତି। ଉଭୟ ନିଜ ସମ୍ପର୍କକୁ ନେଇ ଗମ୍ଭୀର ଥିବା କୁହାଯାଉଛି ।  ଯଦିଓ ଏନେଇ ଏବେସୁଦ୍ଧା ଆମିର ଖାନଙ୍କ ପ୍ରଥମ ପତ୍ନୀ ତଥା ଇରାଙ୍କ ମା ରୀନା ଦତ୍ତାଙ୍କର କୌଣସି ପ୍ରତିକ୍ରିୟା ମିଳିନାହିଁ । କିନ୍ତୁ ନୁପୁରଙ୍କ ମା’ଙ୍କ ପୋଷ୍ଟରେ ଇରା ଅତ୍ୟନ୍ତ ସକ୍ରିୟ ଭାବରେ କମେଣ୍ଟ ଦିଅନ୍ତି ।

ଗତ ବର୍ଷ ପୂର୍ବତନ ପ୍ରେମିକ ମିଶାଲ କୃପଲାନୀଙ୍କ ସହ ଇରା ଖାନଙ୍କ ଫଟୋ ଏବଂ ଭିଡିଓ ଖୁବ ଭାଇରାଲ ହୋଇଥିଲା ।  କିନ୍ତୁ ଗତ ବର୍ଷ ଡିସେମ୍ବରରେ ସେ ନିଜ ବୟଫ୍ରେଣ୍ଡଙ୍କ ସହ ବ୍ରେକଅପ କରିଥିଲେ ।

Leave A Reply

Your email address will not be published.

ବ୍ରେକିଂ
ରାଜ୍ୟରୁ ସୁସ୍ଥ ହେଲେ ୨୨୪ କରୋନା ଆକ୍ରାନ୍ତ ଅନ୍ତର୍ଜାତୀୟ ମାନର ହେବ କୋଣାର୍କ ଅଞ୍ଚଳର ଭିତ୍ତି ଭୂମି : ମୁଖ୍ୟମନ୍ତ୍ରୀ ସେରମ ନିଆଁରେ ଚାଲି ଗଲା ୫ ଜୀବନ, ଟ୍ୱିଟ୍ କରି ଦୁଃଖ ପ୍ରକାଶ କଲେ ଆଦର ପୁନୱାଲା କିଡନୀ ରାକେଟ ଠକ ହିମାଂଶୁ ଭୂଷଣକୁ ପୁଣି ରିମାଣ୍ଡରେ ନେଲା ପୋଲିସ ସେବାୟତଙ୍କୁ କୋଭିଡ ଟିକା ଦେବାକୁ ସ୍ୱାସ୍ଥ୍ୟ ବିଭାଗକୁ ଅନୁରୋଧ କଲା ଶ୍ରୀମନ୍ଦିର ପ୍ରଶାସନ ଇରାକର ସେଣ୍ଟ୍ରାଲ ବାଗଦାଦ ମାର୍କେଟରେ ଆତ୍ମଘାତୀ ହମଲା : ୩୦ ମୃତ, ୭୩ ଆହତ ସମାଜସେବୀ ଆଦିତ୍ୟ ଦାସ ମୃତ୍ୟୁ ମାମଲା : କ୍ରାଇମବ୍ରାଞ୍ଚ ଉପରେ ଅସନ୍ତୋଷ ପ୍ରକାଶ କଲେ ହାଇକୋର୍ଟ ରାମ ମନ୍ଦିର ନିର୍ମାଣ ପାଇଁ ୧ କୋଟି ଦାନ କଲେ ଗୌତମ ଗମ୍ଭୀର ସେରମ ଇନଷ୍ଟିଚ୍ୟୁଟରେ ଭୟାବହ ଅଗ୍ନିକାଣ୍ଡ ୨୪ ଘଣ୍ଟାରେ ରାଜ୍ୟରେ ୧୪୩ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ