ସୋସିଆଲ ମିଡିଆ ଛାଡିଲେ ବଲିଉଡର ମିଷ୍ଟର ପରଫେକ୍ଟନିଷ୍ଟ ଅମୀର ଖାନ

ମୁମ୍ବାଇ : ଗତ ଦିନ ଅର୍ଥାତ୍ ମାର୍ଚ୍ଚ ୧୪ ରେ ବଲିଉଡର ମିଷ୍ଟର ପରଫେକ୍ଟନିଷ୍ଟ ଅମୀର ଖାନଙ୍କ ଜନ୍ମଦିନ ଥିଲା । ଏହି ଅବସରରେ ତାଙ୍କ ଫ୍ୟାନ୍ସ ତାଙ୍କୁ ସୋସିଆଲ ମିଡିଆ ମାଧ୍ୟମରେ ଶୁଭେଚ୍ଛା ଜଣାଇଛନ୍ତି । ତେବେ ନିଜ ଜନ୍ମଦିନରେ ଅମୀର ଖାନ ଏମିତି କିଛି ଘୋଷଣା କରିଥିଲେ ଯାହାକୁ ଶୁଣିବା ପରେ ଫ୍ୟାନ୍ସମାନଙ୍କ ମନ ପୂରାପୁରୀ ଭାଙ୍ଗି ଯାଇଥିଲା। ୩ ଇଡିଅଟ୍ସ ତାରକା ଅମୀର ଖାନ ତାଙ୍କ କାର୍ଯ୍ୟ ଉପରେ ଅଧିକ ଧ୍ୟାନ ଦେବାକୁ  ସୋସିଆଲ ମିଡିଆରୁ ବିଦାୟ ନେଇଛନ୍ତି।

ଅଭିନେତା ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ସେୟାର କରି କହିଛନ୍ତି ଯେ, ବର୍ତ୍ତମାନ ସେ ସୋସିଆଲ ମିଡିଆରୁ ବିଦାୟ ନେଇଛନ୍ତି। ଏହା ତାଙ୍କର ଶେଷ ପୋଷ୍ଟ। ଏତିକି ଭଲ ପାଇବା ଦେଇଥିବାରୁ ଫ୍ୟାନ୍ସଙ୍କୁ ଧନ୍ୟବାଦ।’

ନିକଟରେ ‘ବଲିଉଡର ପରଫେକ୍ସନିଷ୍ଟ’ ତାଙ୍କର ଆଗାମୀ ଫିଲ୍ମ ଲାଲ ସିଂ ଚଡ୍ଡା ରିଲିଜ୍ ହେବା ପର୍ଯ୍ୟନ୍ତ ତାଙ୍କ ଫୋନ୍ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଥିଲେ। ସେଟରେ ତାଙ୍କ ଫୋନରେ କ୍ରମାଗତ ରିଙ୍ଗ ଦ୍ୱାରା ଯେପରି ତାଙ୍କ କାର୍ଯ୍ୟ ପ୍ରଭାବିତ ନହୁଏ ସେଥିପାଇଁ ସେ ଏଭଳି ନିଷ୍ପତ୍ତି ନେଇଥିଲେ । ସୋସିଆଲ ମିଡିଆ ଜଗତକୁ ବିଦାୟ ଦେଇ ଆମୀର ତାଙ୍କ ପ୍ରଶଂସକଙ୍କୁ ନିରନ୍ତର ସମର୍ଥନ ଏବଂ ପ୍ରେମ ପାଇଁ ଧନ୍ୟବାଦ ଜଣାଇଛନ୍ତି।

୨୦୧୮ ରେ, ଅମୀର ନିଜ ଜନ୍ମଦିନରେ ତାଙ୍କ ମା’ଙ୍କ ଛବି ସେୟାର କରି ଇନଷ୍ଟାଗ୍ରାମରେ ଡେବ୍ୟୁ କରିଥିଲେ ଯାହା ଇଣ୍ଟରନେଟରେ ଏକ ଉତ୍ସାହ ସୃଷ୍ଟି କରିଥିଲା ।  ତେବେ ଏହା ପରେ ଅଭିନେତା ସୋସିଆଲ ମିଡିଆରେ ବେଶୀ ସକ୍ରିୟ ନଥିଲେ।

 

 

Leave A Reply

Your email address will not be published.

ବ୍ରେକିଂ
ଦେଶରେ ୨୪  ଘଣ୍ଟା ମଧ୍ୟରେ ୧୩,୫୯୬ କରୋନା ସଂକ୍ରମିତ ଚିହ୍ନଟ ପ୍ରଦୀପ ପାଣିଗ୍ରାହୀଙ୍କ ଘରେ ଭିଜିଲାନ୍ସ ଚଢାଉ ଘଟଣା : ୧୪୪୦ ଗ୍ରାମ୍ ସୁନା ଅଳଙ୍କାର ଜବତ ପୋଲିସ ହେପାଜତରୁ ସନ୍‌ସାଇନ୍ ପବ୍ଲିକ୍ ସ୍କୁଲ ସଭାପତି ଚମ୍ପଟ; ୩ କନେଷ୍ଟବଳ ନିଲମ୍ବିତ ରାଜ୍ୟରେ ୨୪ ଘଣ୍ଟାରେ ୩୪୦ କରୋନା ସଂକ୍ରମିତ ଚିହ୍ନଟ; ୫ ମୃତ ସୁରଟର ଏକ ପ୍ୟାକେଜିଂ କମ୍ପାନୀରେ ଅଗ୍ନିକାଣ୍ଡ; ୨ ମୃତ ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଘରେ ଭିଜିଲାନ୍ସର ୨୩ ଘଣ୍ଟା ମାରାଥନ୍ ରେଡ୍ ଜଗତପୁରର ଏକ ଧୂପକାଠି କାରଖାନାରେ ଭୟାବହ ଅଗ୍ନିକାଣ୍ଡ କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀଙ୍କୁ ଧର୍ମେନ୍ଦ୍ରଙ୍କ ଚିଠି ୭ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଘରେ ଭିଜିଲାନ୍ସ ଚଢାଉ