ଓଆଇସି ମମତା ପଣ୍ଡାଙ୍କୁ କ୍ରାଇମବ୍ରାଞ୍ଚର ପଚରାଉଚରା

ଗଜପତି: ଏସିଏଫ୍‌ ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ମାମଲାରେ କ୍ରାଇମବ୍ରାଞ୍ଚ ନିକଟରେ ହାଜର ହୋଇଛନ୍ତି ଗୁରାଣ୍ଡି ଥାନା ଅଧିକାରୀ ମମତା ପଣ୍ଡା । ପାରଳାଖେମୁଣ୍ଡି ପୋଲିସ ଷ୍ଟେସନରେ ମମତା ପଣ୍ଡାଙ୍କୁ ପଚରାଉଚରା କରୁଛି କ୍ରାଇମବ୍ରାଞ୍ଚ ।

ସୂଚନାନୁସାରେ, ସୌମ୍ୟରଞ୍ଜନଙ୍କୁ କଟକ ସ୍ଥାନାନ୍ତର ବେଳେ ରାସ୍ତାରେ ଆମ୍ବୁଲାନ୍ସକୁ ଅଟକାଇଥିଲେ ଗୁରାଣ୍ଡି ଥାନା ଓଆଇସି ମମତା ପଣ୍ଡା । ତେବେ ସେ କାହିଁକି ଅଟକାଇଥିଲେ ଆମ୍ବୁଲାନ୍ସ ? କାହା ନିର୍ଦ୍ଦେଶରେ ସେ ଏପରି କରିଥିଲେ ? ବିଦ୍ୟାଭାରତୀଙ୍କୁ ସହଯୋଗ ନା ଏହା ପଛରେ ଥିଲା କିଛି ଷଡଯନ୍ତ୍ର ? ଏହା ପଛର ସତ କ’ଣ ? ମମତାଙ୍କଠାରୁ ଏମିତି ଅନେକ ପ୍ରଶ୍ନର ଉତ୍ତର ଜାଣିବାକୁ ପଚରାଉଚୁରା କରୁଛି କ୍ରାଇମବ୍ରାଞ୍ଚ ।

Leave A Reply

Your email address will not be published.

ବ୍ରେକିଂ