ସୌମ୍ୟରଂଜନ ମହାପାତ୍ର ମୃତ୍ୟୁ ଘଟଣା: ବିଦ୍ୟାଭାରତୀଙ୍କ ଲାଏ ଡିଟେକ୍ସନ ଟେଷ୍ଟ ସରିଲା

ଭୁବନେଶ୍ୱର: ପାରଳାଖାମୁଣ୍ଡି ଏସିଏଫ୍ ସୌମ୍ୟରଞ୍ଜନ ମୃତ୍ୟୁ ମାମଲାରେ ତଦନ୍ତ ଜାରି ରଖିଛି କ୍ରାଇମବ୍ରାଞ୍ଚ । ଏହି ମାମଲାରେ ଆଜି ତାଙ୍କ ପତ୍ନୀ ବିଦ୍ୟାଭାରତୀଙ୍କ ଲାଏ ଡିଟେକ୍ସନ ଟେଷ୍ଟ ହୋଇଛି । ପ୍ରାୟ ୪ ଘଣ୍ଟା କାଳ ଲାଏ ଡିଟେକ୍ସନ ଟେଷ୍ଟ ଚାଲିଥିବା ସୂଚନା ମିଳିଛି । ଭୁବନେଶ୍ୱର ଫୋରେନସିକ୍ ଲ୍ୟାବ୍‌ରେ ଲାଏ ଡିଟେକ୍ସନ ଟେଷ୍ଟ କରାଯାଇଛି ।

ଏହା ପୂର୍ବରୁ ଶନିବାର ଦିନ ଡିଏଫଓ ସଂଗ୍ରାମକେଶରୀ ବେହେରା ଏବଂ ରୋଷେୟା ମନ୍ମଥ କୁମ୍ଭଙ୍କ ଲାଏ ଡିଟେକ୍ସନ କରାଯାଇଥିଲା । ରାଜ୍ୟ ଫୋରେନସିକ୍ ଲାବୋରେଟୋରୀରେ ହୋଇଥିଲା ଲାଏ ଡିଟେକ୍ସନ ଟେଷ୍ଟ ।

Leave A Reply

Your email address will not be published.

ବ୍ରେକିଂ