ଖୋର୍ଦ୍ଧା ନିକଟରେ ଏସିଡ୍‌ବାହୀ ଟ୍ୟାଙ୍କର ଲିକ୍‌

ଖୋର୍ଦ୍ଧା: ୧୬ ନଂ ଜାତୀୟ ରାଜପଥ ନିକଟ ଟାଙ୍ଗି ଚମ୍ପାଗଡ଼ ଓସକେଇ ଖୋଲ ନିକଟରେ ଏକ ଏସିଡ୍‌ବାହୀ ଟ୍ୟାଙ୍କର ଲିକ୍ ହୋଇଥିବା ଜଣାପଡିଛି । ଟ୍ୟାଙ୍କରର ଭାଲ୍‌ଭ ଲିକ୍ ହୋଇ ଏସିଡ୍ ବାହାରୁଛି । ଏସିଡ୍ ଲିକ୍ ଯୋଗୁଁ ରାଜପଥ ଧୂଆଁମୟ ହେବା ସହ ଗମନାଗମନ ବାଧାପ୍ରାପ୍ତ ହୋଇଛି। ତେବେ ଟାଙ୍ଗୀ ଅଗ୍ନୀଶମ ବାହିନୀ ଘଟଣା ସ୍ଥଳରେ ପହଂଚି ଟ୍ୟାଙ୍କର ଉପରେ ପାଣି ସ୍ପ୍ରେ କରି ପରିସ୍ଥିତିକୁ ନିୟନ୍ତ୍ରର କରିବା ପାଇଁ ପ୍ରୟାସ ଜାରି ରଖିଛନ୍ତି।

ହାଇଡ୍ରୋକ୍ଲୋରାଇଡ୍  ଟ୍ୟାଙ୍କର ଟି ଗଞ୍ଜାମରୁରୁ କୋଲକାତା ଅଭିମୁଖେ ଯାଉଥିଲା । ଟାଙ୍ଗି ଚମ୍ପାଗଡ଼ ଓସକେଇ ଖୋଲ ନିକଟରେ ଟ୍ୟାଙ୍କର ଭଲଭ୍ କଟିଯିବାରୁ ଏସିଡ୍ ଲିକ ହୋଇଛି।

 

Leave A Reply

Your email address will not be published.

ବ୍ରେକିଂ