ସୁସ୍ଥ ହୋଇ ଘରକୁ ଫେରିଲେ ରାହୁଲ ରୟ

ମୁମ୍ବାଇ: ସୁସ୍ଥ ହୋଇ ଘରକୁ ଫେରିଲେ ବଲିଉଡ ଅଭିନେତା ରାହୁଲ ରୟ । ହସ୍ପିଟାଲରୁ ଡିସଚାର୍ଜ ହୋଇ ରାହୁଲ୍ ରୟ ଇନଷ୍ଟାଗ୍ରାମରେ ନିଜ ପରିବାର ସହ ଫଟୋ ଶେଆର୍ କରି ଲେଖିଛନ୍ତି, ଦୀର୍ଘ ଦିନ ପର୍ଯ୍ୟନ୍ତ ହସ୍ପିଟାଲରେ ଚିକିତ୍ସା କରାଇବା ପରେ ଏବେ ମୁଁ ଘରକୁ ଫେରିଛି।

ମୁଁ ସୁସ୍ଥ ହେଉଛି ଏବଂ ସମ୍ପୂର୍ଣ୍ଣ ସୁସ୍ଥ ହେବା ପାଇଁ ଆହୁରି ଲମ୍ବା ଯାତ୍ରା କରିବାକୁ ବାକି ଅଛି। ମୁଁ ଆଜି ସେହି ଲୋକମାନଙ୍କୁ ଧନ୍ୟବାଦ ଜଣାଇବାକୁ ଚାହୁଁଛି, ଯେଉଁମାନେ କଠିନ ସମୟରେ ମୋ ସହ ଛିଡ଼ା ହୋଇଥିଲେ। ସମସ୍ତଙ୍କୁ ମୋର ଭଲପାଇବା।

ବ୍ରେନ୍ ଷ୍ଟ୍ରୋକର ଶିକାର ହୋଇଥିବା ରାହୁଲ୍ ହସ୍ପିଟାଲର ଭର୍ତ୍ତି ହୋଇଥିଲେ, ଯେଉଁଠାରେ ତାଙ୍କର ଦୀର୍ଘଦିନ ଧରି ଚିକିତ୍ସା ଚାଲିଥିଲା। ଏବେ ତାଙ୍କୁ ହସ୍ପିଟାଲରୁ ଛୁଟି ମିଳିଛି। ଖୋଦ୍ ରାହୁଲ ରୟ ସୋଶାଲ ମିଡିଆରେ ଏହାର ସୂଚନା ଦେଇଛନ୍ତି।

Leave A Reply

Your email address will not be published.

ବ୍ରେକିଂ