ପୁଅ ଆର୍ଯ୍ୟନକୁ ଭେଟିବାକୁ ଜେଲ ପହଞ୍ଚିଲେ କିଙ୍ଗ ଖାନ

ମୁମ୍ୱାଇ : ମୁମ୍ୱାଇ କ୍ରୁଜ୍ ରେଭ ପାର୍ଟି ମାମଲାରେ ଗିରଫ ହୋଇ ଜେଲରେ ଥିବା ପୁଅ ଆର୍ଯ୍ୟନ୍ ଖାନଙ୍କୁ ଭେଟିବାକୁ ମୁମ୍ବାଇର ଆର୍ଥର ରୋଡ ଜେଲ ପହଞ୍ଚିଲେ ଅଭିନେତା ଶାହାରୁଖ ଖାନ । ଶାହାରୁଖ ସକାଳ ପ୍ରାୟ ୯.୧୫ ସମୟରେ ଆର୍ଥର ରୋଡ ଜେଲରେ ପହଞ୍ଚି ପରିଦର୍ଶକ ଲାଇନ ଦେଇ ଭିତରକୁ ଯାଇଥିଲେ। ଶାହାରୁଖ ପ୍ରଥମ ଥର ପାଇଁ ଜେଲରେ ଥିବା ଆର୍ଯ୍ୟନ୍ ଖାନଙ୍କୁ ଭେଟିବାକୁ ଆସିଥିଲେ। ଏହାପୂର୍ବରୁ ସେ ଭିଡିଓ କଲ ମାଧ୍ୟମରେ ଆର୍ଯ୍ୟନ ଖାନଙ୍କ ସହ କଥା ହୋଇଛନ୍ତି।

ଶାହାରୁଖ ଖାନ ଆର୍ଥର ରୋଡ ଜେଲରେ ପହଞ୍ଚିବା ପରେ ସେଠାରେ ଗଣମାଧ୍ୟମର ଭିଡ଼ ଜମିଥିଲା। ଗଣମାଧ୍ୟମ ମଧ୍ୟ ଶାହାରୁଖ ଖାନଙ୍କୁ ଅନେକ ପ୍ରଶ୍ନ ପଚାରିଥିଲେ, କିନ୍ତୁ ସେ କିଛି ନ କହି ସିଧା ସିକ୍ୟୁରିଟି ସର୍କଲ ଭିତରକୁ ଯାଇଥିଲେ। କୁହାଯାଉଛି ଯେ ଶାହାରୁଖ ଆର୍ଯ୍ୟନ ଖାନଙ୍କୁ ପ୍ରାୟ ୧୫ ମିନିଟ ପାଇଁ ଭେଟିଥିଲେ।

ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ଆର୍ଯ୍ୟନ ଖାନ, ଅରବାଜ ଏବଂ ଧମେଚାଙ୍କୁ ଅକ୍ଟୋବର ୩ ରେ ନିଶା ଦ୍ରବ୍ୟ ରଖିବା, ଏହା ସହ ଜଡିତ ଷଡଯନ୍ତ୍ର, ଏହାର ବ୍ୟବହାର, କ୍ରୟ ଏବଂ ଚୋରା ଚାଲାଣ ଅଭିଯୋଗରେ ଗିରଫ କରିଥିଲା। ଏହି ତିନିଜଣ ବର୍ତ୍ତମାନ ନ୍ୟାୟିକ ହେପାଜତରେ ଅଛନ୍ତି। ଗତକାଲି ସ୍ୱତନ୍ତ୍ର କୋର୍ଟ ଆର୍ଯ୍ୟନ୍ ଏବଂ ତାଙ୍କର ଦୁଇ ବନ୍ଧୁ ଅରବାଜ୍ ମର୍ଚାଣ୍ଟ ଏବଂ ମୁନମୁନ ଧମେଚାଙ୍କ ଜାମିନ ଆବେଦନ ଖାରଜ କରିଦେଇଥିଲେ ।

ଆର୍ଯ୍ୟନ ଓ ଅରବାଜ ମୁମ୍ବାଇର ଆର୍ଥର ରୋଡ ଜେଲରେ ଏବଂ ମୁନମୁନ ଧମେଚା ବାଇକୁଲ୍ଲା ମହିଳା କାରାଗାରରେ ଅଛନ୍ତି। ଅଭିଯୁକ୍ତ ଆର୍ଯ୍ୟନ୍ ଖାନ୍ ଏବଂ ଅନ୍ୟମାନଙ୍କ ବିରୋଧରେ ଏନଡିପିଏସ୍ ଆକ୍ଟର ଧାରା ୮ (c), ୨୦ (b), ୨୭, ୨୮, ୨୯ ଓ ୩୫ ଅନୁଯାୟୀ ମାମଲା ରୁଜୁ ହୋଇଛି।

Leave A Reply

Your email address will not be published.

ବ୍ରେକିଂ