ବନ୍ଧୁକ ମୁନରେ ଅଭିନେତ୍ରୀ ନିକିତା ରାୱଲଙ୍କଠାରୁ ୭ ଲକ୍ଷ ଟଙ୍କା ଲୁଟ୍‌

ମୁମ୍ବାଇ:  ଅଭିନେତ୍ରୀ ନିକିତା ରାୱଲଙ୍କଠାରୁ ବନ୍ଧୁକ ମୁନରେ ଲୁଟ ହୋଇଛି। ବନ୍ଧୁକ ଦେଖାଇ ଅଭିନେତ୍ରୀଙ୍କଠାରୁ ପ୍ରାୟ ୭ ଲକ୍ଷ ଟଙ୍କା ଲୁଟି ନେଲେ ଲୁଟେରା। ନିକିତା ସୁଟିଂ ପାଇଁ ରାଜଧାନୀରେ ତାଙ୍କ ମାଉସୀଙ୍କ ସହ ରହୁଥିଲେ। ଘଟଣା ସମୟରେ ସେ ଘରେ ଏକୁଟିଆ ଥିଲେ। ଏହି ସମୟରେ ତାଙ୍କଠାରୁ ଲୁଟ ହୋଇଥିବା ସେ ଅଭିଯୋଗ କରିଛନ୍ତି ।

ନିକିତାଙ୍କ ଅନୁଯାୟୀ,  ଡକାୟତମାନେ ସେମାନଙ୍କ ମୁହଁରେ ମାସ୍କ ପିନ୍ଧିଥିଲେ ତେଣୁ ସେ ସେମାନଙ୍କର ମୁହଁ ଦେଖି ପାରିନଥିଲେ। ମାସ୍କ ପିନ୍ଧିଥିବା ଡକାୟତମାନେ ତାଙ୍କୁ ବନ୍ଧକ ରଖି ତାଙ୍କ ଠାରୁ ସାତ ଲକ୍ଷ ଟଙ୍କା ନେଇଥିବା ସେ ଅଭିଯୋଗ କରିଛନ୍ତି।  ସେ ନିଜକୁ ଡକାୟତମାନଙ୍କଠାରୁ ରକ୍ଷା କରିବା ପାଇଁ ଏକ ଆଲମିରା ଭିତରେ ଲୁଚିଯାଇଥିଲେ। ସେ କହିଛନ୍ତି ଏହା ମୋ ଜୀବନର ସବୁଠାରୁ ଯନ୍ତ୍ରଣାଦାୟକ ଘଟଣା ଥିଲା । ମୁଁ ଏହି ଆଘାତରୁ ବାହାରି ପାରିବି ନାହିଁ ଏବଂ ମୁଁ ବିଶ୍ବାସ କରିପାରୁ ନାହିଁ ଯେ ମୁଁ ଜୀବିତ ଅଛି ।

 

Leave A Reply

Your email address will not be published.

ବ୍ରେକିଂ