ଗୁଣ୍ଡିଚା ମନ୍ଦିରରୁ ମହାପ୍ରଭୁଙ୍କ ଆଡପ ଅବଢ଼ା ବାହାରିଲା

ପୁରୀ : ଗୁଣ୍ଡିଚା ମନ୍ଦିରରୁ ବାହାରିଲା ଆଡପ ଅବଢ଼ା । ମହାପ୍ରସାଦ ପାଇଲେ ଭକ୍ତ ।  ଗୁଣ୍ଡିଚା ମନ୍ଦିରର ଉତ୍ତର ଦ୍ୱାର ଓ ପୁରୀ ବସ ଷ୍ଟାଣ୍ଡ ରେ ଦୁଇଟି କାଉଣ୍ଟର ହୋଇଛି । ଭକ୍ତ ମାନେ ସେଠାରେ ଟୋକନ କାଟି ମହାପ୍ରଭୁଙ୍କ ଆଡପ ଅବଢ଼ା ପାଇ ପାରିବେ ।

ମହାପ୍ରଭୁଙ୍କ ଆଡପ ମଣ୍ଡପରେ ଦର୍ଶନ ଶ୍ରୀମନ୍ଦିର ରତ୍ନ ସିଂହାସନରେ ଦଶ ହଜାର ଥର ଦର୍ଶନ ସହିତ ସମାନ ବୋଲି ପୁରାଣରେ ବର୍ଣ୍ଣନା ରହିଛି । ସେଥିପାଇଁ ଭକ୍ତ ମାନେ ମହାପ୍ରଭୁଙ୍କୁ ଗୁଣ୍ଡିଚା ମନ୍ଦିରର ଆଡପ ମଣ୍ଡପରେ ଦର୍ଶନ ଓ ଆଡପ ଅବଢ଼ା ପାଇବା ପାଇଁ ଦୂର ଦୁରାନ୍ତରୁ ଆସିଥାନ୍ତି। କିନ୍ତୁ କରୋନା କଟକଣା କାରଣରୁ ଗତ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଆଡପ ଦର୍ଶନ ବନ୍ଦ ରହିଛି । ଆର୍ଥାତ୍ କୌଣସି ଭକ୍ତ ଆଡପ ଦର୍ଶନ କରିପାରିବେ ନାହିଁ । ଜନ୍ମବେଦୀରେ କେବଳ ମହାପ୍ରଭୁଙ୍କ ରୀତିନୀତି ଚାଲିବ ।

Leave A Reply

Your email address will not be published.

ବ୍ରେକିଂ