ଦୈନ ଦିନ ଖାଦ୍ୟରେ ସାମିଲ କରନ୍ତୁ ଲେମ୍ବୁ, ପାଅନ୍ତୁ ଏହି ଚମତ୍କାରୀ ଫାଇଦା

ସ୍ୱାସ୍ଥ୍ୟ ଟିପ୍ସ :ଲେମ୍ବୁ ହେଉଛି ଏକ ପ୍ରକାର ଖଟା ଜାତୀୟ ଫଳ ଯାହାର ଅନେକ ଉପକାରୀ ଗୁଣ ରହିଛି। ସ୍ୱାସ୍ଥ୍ୟଠୁ ଆରମ୍ଭ କରି ସୌନ୍ଦର୍ଯ୍ୟ ପର୍ଯ୍ୟନ୍ତ ଲେମ୍ବୁ ର ଭୂମିକା ଗୁରୁତ୍ଵପୂର୍ଣ୍ଣ। ତେବେ ଆସନ୍ତୁ ଜାଣିବା ଲେମ୍ବୁର ଚମତ୍କାରୀ ଗୁଣ ବିଷୟରେ।

  • ଲେମ୍ବୁରେ ଭିଟାମିନ ସିର ପରିମାଣ ଭରପୂର ଥାଏ। ତେଣୁ ଏହା ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିଥାଏ। ନିୟମିତ ଲେମ୍ବୁ ଖାଇଲେ ହୃଦରୋଗ ସଂପର୍କିତ ସମସ୍ୟା କମ୍‌ ଦେଖାଯାଏ।
  • ଲେମ୍ବୁର ଅନେକ ଗୁଣ ରହିଛି ଯାହାକୁ ଆମେ ଔଷଧ ରୂପେ ବ୍ୟବହାର କରିପାରିବା।
  • ପ୍ରତିଦିନ ଖାଇବା ପୂର୍ବରୁ ଏବଂ ଶୋଇବା ପୂର୍ବରୁ ଅଧାଚାମଚ ଲେମ୍ବୁରସ ପିଇଲେ ଶ୍ୱାସରୋଗ ଭଲ ହୋଇଥାଏ।
  • ଲେମ୍ବୁରସ ଚର୍ମରେ ଚମକ ଆଣିଦିଏ। ବ୍ରଣ, କଳା ଦାଗରେ ଲେମ୍ବୁ ରସ ଲଗାଇଲେ ବ୍ରଣ ଭଲ ହୋଇଯାଏ।
  • ଜ୍ଵର ସମୟରେ ଲେମ୍ବୁରସ ପାନ କଲେ ଶରୀରର ଉଷ୍ଣତା କମ୍‌ ହୋଇଥାଏ ଏବଂ ଜ୍ଵର କମିଯାଏ। ଲେମ୍ବୁରେ ଏଭଳି ଉପାଦାନ ଅଛି ଯାହାକି ଝାଳ ଆକାରରେ ଦୂଷିତ ପଦାର୍ଥକୁ ନିଷ୍କାସିତ କରାଇବାରେ ସାହାଯ୍ୟ କରେ। ତେଣୁ ଶୀଘ୍ର ଜ୍ଵର କମିଯାଏ।
  • ଯଦି କୀଟପତଙ୍ଗ ଶରୀରର କୌଣସି ଅଂଶକୁ କାମୁଡ଼ିଥା’ନ୍ତି ତେବେ ସେହି ସ୍ଥାନରେ ଲେମ୍ବୁ ଘଷିବା ଦ୍ୱାରା ଆରାମ ମିଳେ।
  • ନିୟମିତ ଲେମ୍ବୁ ସର୍ବତ ପିଇବା ଫଳରେ ଯକୃତରୁ ଅପରିଷ୍କାର ପଦାର୍ଥ ନଷ୍ଟ ହୋଇଯାଏ ଓ ଯକୃତ ସୁସ୍ଥ ରହେ।

  • ଲେମ୍ବୁକୁ ରୋଗ ପ୍ରତିରୋଧକାରୀ ଫଳ ବୋଲି କୁହାଯାଏ। କାରଣ ଏଥିରେ ଶରୀରର ପ୍ରାୟ ୬୦ ପ୍ରକାରର ଜୀବାଣୁ ନଷ୍ଟ ହେବାର ଶକ୍ତି ରହିଛି।
  • ଦୁଇ ପାଖୁଡ଼ା ରସୁଣ ସହ ଲେମ୍ବୁରସ ଦିନକୁ ୪ରୁ ୫ ଥର ପିଇଲେ କଫ, କାଶ ଓ ଥଣ୍ଡା ଦୂର ହୁଏ।
  • ରକ୍ତ ସଫା କରିବାରେ ଲେମ୍ବୁ ସାହାଯ୍ୟ କରେ। ସେଥିପାଇଁ ଲେମ୍ବୁକୁ ରକ୍ତ ବିଶୋଧନକାରୀ ବୋଲି ମଧ୍ୟ କୁହାଯାଏ। ପ୍ରତିଦିନ ସକାଳୁ ଉଠିବା ପରେ ଏକ କପ ଉଷୁମ ପାଣିରେ ଲେମ୍ବୁ ମିଶାଇ ପିଇଲେ ରକ୍ତ ସଫା ହୋଇଥାଏ।
  • ଲେମ୍ବୁ ଶରୀରର ମେଦହ୍ରାସ କରିବାରେ ସାହାଯ୍ୟ କରିଥାଏ।
  • ଲେମ୍ବୁରସ ଏକ ପୋଷଣ ଯୁକ୍ତ ପାନୀୟ। ଶରୀରକୁ ଶକ୍ତିଯୋଗାଇବାରେ ଲେମ୍ବୁର ଭୂମିକା ରହିଛି।
  • ବେଳେବେଳେ ଭ୍ରମଣ ଯୋଗୁଁ କ୍ଲାନ୍ତ ଅନୁଭବ ହୋଇଥାଏ। କ୍ଳାନ୍ତି ଦୂର କରିବାକୁ ଘରୁ ବାହାରିବା ଆଗରୁ ଗୋଟିଏ ଗ୍ଲାସ ଲେମ୍ବୁପାଣି ପିଇବା ଉଚିତ।

 

ମନେ ରଖନ୍ତୁ : ପାକସ୍ଥଳୀରେ ଅଲସର ହୋଇଥିଲେ ଲେମ୍ବୁ ଜାତୀୟ ଫଳ ଖାଇବା ଉଚିତ ନୁହେଁ।

Leave A Reply

Your email address will not be published.

ବ୍ରେକିଂ