ପାଟପୁରରେ ନକଲି ମୃଦୁ ପାନୀୟ କାରଖାନାରେ ଚଢାଉ

ଦିଗପହଣ୍ଡି: ପାଟପୁର ଥାନା ଖଣ୍ଡଦେଉଳି ଗାଁର ଏକ ଘରେ ଚାଲିଥିବା ବେଆଇନ୍ ଫ୍ୟାକ୍ଟ୍ରି ଉପରେ ଚଢ଼ାଉ । ପୋଲିସ ଚଢାଉ କରି ବିଭିନ୍ନ ନକଲି ବ୍ରାଣ୍ଡର ପାଣି ମୃଦୁ ପାନୀୟ, କୁରକୁରୀ ସହିତ ପେକିଂ ମେସିନ କେମିକାଲ ବିପୁଳ ପରିମାଣର ପ୍ରସ୍ତୁତ ସାମଗ୍ରୀ ଏବଂ ଲୋଗୋ ଜବତ କରିଥିବା ଜଣାପଡ଼ିଛି । ଏନେଇ ପାଟପୁର ଅତିରିକ୍ତ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଠାକୁର ପ୍ରସାଦ ପାତ୍ର ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।

ଘଟଣା ସମ୍ପୃକ୍ତ ଥିବା ଆଶିଷ କୁମାର ମଣ୍ଡଳକୁ ପୋଲିସ ଗିରଫ 190/21ରେ ମାମଲା ରୁଜୁ କରିବା ସହ କୋର୍ଟ ଚାଲାଣ କରିଛି । ଜବତ ମୃଦୁ ପାନୀୟକୁ ଫୁଡ଼ ସେଫାଟି ବିଭାଗକୁ ପଠାଯାଇଛି।

Leave A Reply

Your email address will not be published.

ବ୍ରେକିଂ