କରୋନା ଟେଷ୍ଟ ପାଇଁ ଚଢ଼ା ଦର କରୁଥିବା ଘରୋଇ ଲ୍ୟାବ ଉପରେ ନଜର ରଖିବାକୁ ନିର୍ଦ୍ଦେଶ

ଭୁବନେଶ୍ଵର: କିଛି ଘରୋଇ ଲ୍ୟାବ ସରକାରୀ ନିର୍ଦେଶନାମାକୁ ନମାନି କୋଭିଡ୍‌ ପରୀକ୍ଷା ନାଁରେ ଲୋକଙ୍କୁ ମନଇଚ୍ଛା ଲୁଟୁଛନ୍ତି । କୋଭିଡ୍‌ ପରୀକ୍ଷା ଦର ସରକାର ଯାହା ଧାର୍ଯ୍ୟ କରିଛନ୍ତି, ତା’ଠାରୁ ଯଥେଷ୍ଟ ଅଧିକ ଟଙ୍କା ନେଉଛନ୍ତି । କରୋନା ଟେଷ୍ଟ ପାଇଁ ଚଢ଼ା ଦର କରୁଥିବା ଘରୋଇ ଲ୍ୟାବକୁ କଡ଼ା ଚେତାବନୀ ଦେଇଛି ସ୍ଵାସ୍ଥ୍ୟ ବିଭାଗ ।

ଏହା ଉପରେ ନଜର ରଖିବାକୁ ଜିଲ୍ଲାପାଳ, ସିଡିଏମଓ ମାନଙ୍କୁ ଚିଠି ଲେଖି ନିର୍ଦ୍ଦେଶ ଦେଇଛନ୍ତି ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର । 

 

Leave A Reply

Your email address will not be published.

ବ୍ରେକିଂ