ସ୍ୱାସ୍ଥ୍ୟ ପାଇଁ ଉପକାରୀ ଜୁଆଣୀ ଚା

ସ୍ୱାସ୍ଥ୍ୟଟିପ୍ସ: ଜୁଆଣୀ ଚା’ ସ୍ୱାସ୍ଥ୍ୟ ପାଇଁ ଉପକାରୀ ବୋଲି କୁହାଯାଏ । ଜୁଆଣୀ ଅନେକ୍  ରୋଗବେମାରୀ  ଠାରୁ ଶରୀରକୁ ରକ୍ଷା କରିବାରେ ସାହାଯ୍ୟ କରେ । ଏଥିରେ ଅନେକ୍ ଔଷଧିୟ ଗୁଣ ଭରି ରହିଛି । ଅନେକ୍ ଲୋକ ଏହାକୁ ସାଧାରଣତଃ ମସଲାରେ ବ୍ୟବହାର କରନ୍ତି । ହେଲେ ଏଥିରୁ ପ୍ରସ୍ତୁତ ଚା’ ମଧ୍ୟ ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ହୋଇଥାଏ । ତେବେ ଆସନ୍ତୁ ଜାଣିବା ଜୁଆଣୀ ଚା’ର ସ୍ୱାସ୍ଥ୍ୟ ଉପକାରୀତା ସମ୍ପର୍କରେ ।

  • ଜୁଆଣୀରେ ଫସ୍‌ଫରସ୍‌, ଖଣିଜ ପଦାର୍ଥ, ପ୍ରୋଟିନ୍‌, ଫାଇବର, କାର୍ବୋହାଇଡ୍ରେଟ, ଆଇରନ୍ ଭଳି ପୋଷକ ତତ୍ୱ ଭରି ରହିଥାଏ ।
  • ଜୁଆଣୀ ଚା’ ପିଇବା ଦ୍ୱାରା, ପେଟ ବଥା,ଗ୍ୟାସ୍ ସମସ୍ୟା,ବାନ୍ତି,ବଦହଜମି,ଏସିଡିଟି ଭଳି ସମସ୍ୟାରୁ ରକ୍ଷା କରିବାରେ ସାହାଯ୍ୟ କରେ ।
  • ଅତ୍ୟଧିକ ମୋଟାପଣକୁ ନେଇ ଚିନ୍ତିତ ଥିଲେ, ଜୁଆଣୀ ଚା’ ସେବନ କରିପାରିବେ । ଏଥିରେ ଫାଇବରର ଗୁଣ ଭରପୁର ରହିଥାଏ । ଏହା ସେବନ କରିବା ଦ୍ୱାରା, ଓଜନ ହ୍ରାସ କରିବାରେ ଏହା ସାହାଯ୍ୟ କରେ ।
  • ପାଚନ ସମ୍ବନ୍ଧୀୟ ସମସ୍ୟା ଥିଲେ, ଏଥିପାଇଁ ଜୁଆଣୀ ଚା’ ବହୁତ୍ ଉପକାରୀ ହୋଇଥାଏ । ଏହା ପାଚନକୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ ।
  • ଶରୀରରେ କୋଲେଷ୍ଟ୍ରଲକୁ କଣ୍ଟ୍ରୋଲ କରିବାରେ ସହାୟକ ହୋଇଥାଏ ଜୁଆଣୀ ଚା’ । ଏହା ସେବନ କରିବା ଦ୍ୱାରା, କୋଲେଷ୍ଟ୍ରଲ ଲେବୁଲ କମ୍ ହୋଇଥାଏ ।

 

 

Leave A Reply

Your email address will not be published.

ବ୍ରେକିଂ