ଶ୍ରୀଗୁଣ୍ଡିଚା ମନ୍ଦିର ସମ୍ମୁଖରେ ପହଞ୍ଚିଲା ତିନି ରଥ

ପୁରୀ: ଶ୍ରୀଗୁଣ୍ଡିଚା ମନ୍ଦିର ସମ୍ମୁଖରେ ପହଞ୍ଚିଲା ତିନି ରଥ। ଅପରାହ୍ନ ୪.୩୦ରେ ବଡ଼ଭାଇ ବଳଭଦ୍ରଙ୍କ ତାଳଧ୍ବଜ ରଥ ପହଞ୍ଚିଥିବା ବେଳେ ୫.୦୦ଟା ସମୟରେ ଭଉଣୀ ହଳଦୀମୁହିଁ ସୁଭଦ୍ରାଙ୍କ ରଥ ଦର୍ପଦଳନ ଓ ୫.୩୦ରେ ମହାପ୍ରଭୁ ଜଗନ୍ନାଥଙ୍କ ରଥ ନନ୍ଦିଘୋ‌ଷ ଗୁଣ୍ଡିଚା ମନ୍ଦିର ସମ୍ମୁଖରେ ପହଞ୍ଚିଛି।

ସେବାୟତମାନେ ଶ୍ରୀଜିଉମାନଙ୍କୁ ହର୍ଷୋଲ୍ଲାସରେ ଟାଣି ନେଇ ଶରଧାବାଲି ଅଭିମୁଖେ ବାହାରିଥିଲେ। ଆଜି ବଳଭଦ୍ରଙ୍କ ରଥ ଟଣା କାର୍ଯ୍ୟ ଠିକ୍ ମଧ୍ୟାହ୍ନ ୧୨ଟାରେ ଆରମ୍ଭ ହୋଇଥିଲା । ପୂର୍ବାହ୍ନ ୭ଟାରେ ଶ୍ରୀଜିଉମାନଙ୍କର ପହଣ୍ଡି ବିଜେ ହୋଇଥିବାରୁ ନିର୍ଦ୍ଧାରିତ ସମୟ ପୂର୍ବରୁ ଏହା ଶେଷ ହୋଇପାରିଥିଲା ।

ନିର୍ଦ୍ଧାରିତ ସମୟର ୩ ଘଣ୍ଟା ପୂର୍ବରୁ ଆରମ୍ଭ ହୋଇଥିଲା ରଥ ଯାତ୍ରା । ପ୍ରତି ରଥକୁ କୋଭିଡ୍‌ ନେଗେଟିଭ୍‌ ରିପୋର୍ଟ ଥିବା ୫୦୦ ସେବାୟତ ଓ ପୋଲିସ୍‌ କର୍ମଚାରୀ ଟାଣିଥିଲେ ।

Leave A Reply

Your email address will not be published.

ବ୍ରେକିଂ