ଚଳିତ ବର୍ଷ ଭାରତୀୟଙ୍କ ‘ହଜ୍’ ଯାତ୍ରା ବନ୍ଦ

ନୂଆଦିଲ୍ଲୀ: ଚଳିତ ବର୍ଷ କେହିବି ହଜ୍ ଯାତ୍ରା କରିପାରିବେ ନାହିଁ। କରୋନା  ସଂକ୍ରମଣ ଦୃଷ୍ଟିରେ ରଖି ଭାରତୀୟ ହଜ୍ କମିଟି ହଜ୍-୨୦୨୧ ପାଇଁ ଆସିଥିବା ଆବେଦନକୁ ରଦ୍ଦ କରିଛି। ମଙ୍ଗଳବାର ଏ ସମ୍ବନ୍ଧରେ ଏକ ସର୍କୁଲାର ଜାରି ହୋଇଛି । ହେଲେ ଯେଉଁ ବିଦେଶୀ ଲୋକ ପୂର୍ବରୁ ହିଁ ସାଉଦିରେ ଅଛନ୍ତି, ସେମାନେ ହଜ୍ କରିପାରିବେ ।

ସର୍କୁଲାରରେ ଭାରତୀୟ ହଜ୍ କମିଟି ଲେଖିଛି, ସାଉଦି ଆରବର ହଜ୍ ଓ ଉମରାହ ମନ୍ତ୍ରାଳୟର ଏକ ବୟାନ ଜାରି କରି କହିଛି ଯେ କରୋନା ଭାଇରସ୍ ମହାମାରୀ ଯୋଗୁ ସାଉଦି ଆରବ କେବଳ ନିଜ ନାଗରିକ ଓ ନିବାସୀଙ୍କୁ ସୀମିତ ସଂଖ୍ୟାରେ ହଜରେ ଭାଗ ନେବାର ଅନୁମତି ଦେଇଛନ୍ତି । ଚଳିତ ବର୍ଷ ଅନ୍ତର୍ଜାତୀୟ ହଜକୁ ବାତିଲ କରିଦିଆଯାଇଛି। ଏଥିପାଇଁ ଭାରତୀୟ ହଜ୍ କମିଟି ନିଷ୍ପତ୍ତି ନେଇଛି ଯେ ହଜ୍- ୨୦୨୧ ପାଇଁ ସବୁ ଆବେଦନ ବାତିଲ୍ କରିଦିଆଯାଉଛି।

ସୂଚନାଯୋଗ୍ୟ, ଦୁଇ ଦିନ ପୂର୍ବରୁ ସାଉଦି ଆରବ କହିଥିଲା ଯେ କରୋନା ଭାଇରସ୍ ମହାମାରୀ ଯୋଗୁ ଚଳିତ ବର୍ଷ ୬୦ହଜାରରୁ ଅଧିକ ଲୋକଙ୍କୁ ହଜ୍ ପାଇଁ ଅନୁମତି ମିଳିବ ନାହିଁ। କେବଳ ସ୍ଥାନୀୟ ଲୋକେ ହଜ୍ କରିପାରିବେ। ସରକାର ଦ୍ୱାରା ପରିଚାଳିତ ସାଉଦି ପ୍ରେସ୍ ଏଜେନ୍ସି ହଜ୍ ଏବଂ ଉମରା ମନ୍ତ୍ରାଳୟର ଏକ ବିବୃତ୍ତିରେ ଏହି ଘୋଷଣା କରିଛନ୍ତି ।

Leave A Reply

Your email address will not be published.

ବ୍ରେକିଂ