ଭୁବନେଶ୍ୱରରେ ସମସ୍ତ ଧର୍ମାନୁଷ୍ଠାନ ବନ୍ଦ

ଭୁବନେଶ୍ୱର:  ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରେ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି । ଯାହା ବିଏମସିର ଚିନ୍ତା ବଢାଇଦେଇଛି । ଏହାକୁ ଦୃଷ୍ଟିରେ ରଖି ବିଏମସି ବଡ଼ ନିଷ୍ପତ୍ତି ନେଇଛି  । ଭୁବନେଶ୍ୱରର ସମସ୍ତ ଧର୍ମାନୁଷ୍ଠାନ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛି ବିଏମସି । ସମସ୍ତ ଧାର୍ମିକ ଅନୁଷ୍ଠାନରେ ଭକ୍ତଙ୍କ ପ୍ରବେଶ ଉପରେ ରୋକ ଲଗାଇଛି ବିଏମସି ।

ବଢୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ବିଏମସି ଏଭଳି ନିଷ୍ପତ୍ତି ନେଇଛି । ଆସନ୍ତାକାଲିଠାରୁ ଏହି ନିୟମ ଲାଗୁ ହେବ । ଧାର୍ମିକ ଅନୁଷ୍ଠାନରେ ଭକ୍ତଙ୍କ ପ୍ରବେଶ ଉପରେ ରୋକ ଲାଗିଥିବା ବେଳେ ଧର୍ମାନୁଷ୍ଠାନ କେବଳ ନୀତିକାନ୍ତି ଓ ପୂଜାର୍ଚ୍ଚନା ଜାରି ରହିବ । ବିଭିନ୍ନ ଧର୍ମର ଧର୍ମଗୁରୁ, କର୍ମକର୍ତ୍ତାଙ୍କ ସହ ଭର୍ଚୁଆଲରେ ଆଲୋଚନା ପରେ ନିଷ୍ପତ୍ତି ହୋଇଛି । ଏନେଇ ଖୁବଶୀଘ୍ର ବିଏମସି ପକ୍ଷରୁ ଗାଇଡଲାଇନ୍ ଜାରି ହେବ ।

ଗତକାଲି ଭୁବନେଶ୍ୱରରେ ୪୬୮ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ । ତେବେ ୧୨୩ ଜଣ ସୁସ୍ଥ ମଧ୍ୟ ହୋଇଛନ୍ତି ।

Leave A Reply

Your email address will not be published.

ବ୍ରେକିଂ