କାଲି ରାଜ୍ୟର ସବୁ ସ୍କୁଲ ବନ୍ଦ

ଭୁବନେଶ୍ୱର: କୃଷକଙ୍କ ଭାରତ ବନ୍ଦ ଡାକରାକୁ ଦଷ୍ଟିରେ ରଖି କାଲି ରାଜ୍ୟର ସବୁ ସ୍କୁଲ ବନ୍ଦ ରହିବ। ରାଜ୍ୟର ସମସ୍ତ ସରକାରୀ ଓ ଘରୋଇ ସ୍କୁଲ ବନ୍ଦ ରହିବ। ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଘୋଷଣା କରାଯାଇଛି।

ସେହିପରି ଆସନ୍ତାକାଲିର ଭାରତ ବନ୍ଦ ଡାକରାକୁ ନେଇ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ଏନେଇ ଲୋକସେବା ଭବନ ଓ ଖାରବେଳ ଭବନ ସୁରକ୍ଷା ନେଇ ଚିଠି ହୋଇଛି।

ସବୁ ବିଭାଗୀୟ ସଚିବଙ୍କୁ ଗୃହ ବିଭାଗ ସ୍ବତନ୍ତ୍ର ସଚିବ ଚିଠି ଲେଖିଛନ୍ତି। ଆସନ୍ତାକାଲି କର୍ମଚାରୀଙ୍କୁ ସାଢ଼େ ୯ଟା ସୁଦ୍ଧା ଅଫିସ୍‌ରେ ପହଞ୍ଚିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଲୋକସେବା ଭବନ ଗେଟ୍ ଦିନ ୧୦ଟା ୧୫ରେ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

Leave A Reply

Your email address will not be published.

ବ୍ରେକିଂ