ରାଜ୍ୟର ସମସ୍ତ ବୈଷୟିକ ଶିକ୍ଷାନୁଷ୍ଠାନ ଅଗଷ୍ଟ ୯ ରୁ ଖୋଲିବ

ଭୁବନେଶ୍ଵର,: ଆସନ୍ତା ଅଗଷ୍ଟ ୯ ରୁ ରାଜ୍ୟର ସମସ୍ତ ବୈଷୟିକ ଶିକ୍ଷାନୁଷ୍ଠାନ ଖୋଲିବ । ଏନେଇ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । କେବଳ ଶେଷ ବର୍ଷର ଛାତ୍ରଛାତ୍ରୀଙ୍କ ପାଇଁ ଶିକ୍ଷାନୁଷ୍ଠାନ ଖୋଲାଯିବ ବୋଲି ନିର୍ଦ୍ଦେଶ ଦିଆଯାଇଛି । ବୈଷୟିକ ଶିକ୍ଷାନୁଷ୍ଠାନ ସହ ହଷ୍ଟେଲ ମଧ୍ୟ ଖୋଲିବ।

ରାଜ୍ୟରେ କରୋନା ପ୍ରକୋପ ସାମାନ୍ୟ କମିଥିବାରୁ କୋଭିଡ୍ ଗାଇଡ ଲାଇନ୍‌ ଅନୁଯାୟୀ ରାଜ୍ୟର ସମସ୍ତ ବୈଷୟିକ ଶିକ୍ଷାନୁଷ୍ଠାନ ଖୋଲିବ । ଅଗଷ୍ଟ ଗାଇଡ୍ ଲାଇନ୍‌ରେ ଅନେକ କଟକଣା କୋହଳ କରାଯାଇଥିବା ବେଳେ ଶିକ୍ଷାନୁଷ୍ଠାନ ଖୋଲାଯିବାକୁ ନିଷ୍ପତ୍ତି ହୋଇଥିଲା ।

ସେହିପରି ବୈଷୟିକ ଶିକ୍ଷାନୁଷ୍ଠାନ ଖୋଲିବା ପୂର୍ବରୁ ଶ୍ରେଣଗୃହ, ଲାବୋରେଟୋରୀ, ହଷ୍ଟେଲ ଆଦିକୁ ସାନିଟାଇଜ୍ କରାଯିବ । ଶ୍ରେଣୀଗୃହରେ ସାମାଜିକ ଦୂରତା ଅବଲମ୍ବନ କରିବା ସହ ମାସ୍କ ପରିଧାନକୁ ଗୁରୁତ୍ଵ ଦିଆଯିବ ।

Leave A Reply

Your email address will not be published.

ବ୍ରେକିଂ